ନୂଆଦିଲ୍ଲୀ,୨୦/୦୯: ଟାରିଫ୍ ପରେ ଏବେ ଆଉ ଏକ ବଡ଼ ଝଟ୍‌କା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୫୦% ଶୁଳ୍କ ଲଦିବା ପରେ ଏବେ ଭିସାକୁ ନେଇ ପ୍ରହାର ମାରିଛନ୍ତି ଟ୍ରମ୍ପ । ଏଚ୍‌-୧ବି ଭିସା ନିୟମରେ ପରିବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ମହଙ୍ଗା ହୋଇଛି ଏଚ୍‌-୧ବି ଭିସା । ଏହି ଭିସା ଆବେଦନ ପାଇଁ ବାର୍ଷିକ ୯୦ ଲକ୍ଷ ଅଧିକ ଫି' ଅସୁଲ କରିବ ଆମେରିକା । ଏହା ଦ୍ୱାରା ଭାରତୀୟମାନେ ସବୁଠୁ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । H-1B ଭିସା ସବୁଠୁ ଅଧିକ ଭାରତୀୟ ପ୍ରଫେସନାଲ୍ ପାଇଥାଆନ୍ତି । ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୧ରୁ ଏହି ନିୟମ ଲାଗୁ ହେବ ।

ମୁହଁ ଉପରେ ମିଠା କଥା କହି ପୁଣି ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  H-1B ଭିସା ନିୟମରେ ଟ୍ରମ୍ପ ବଡ଼ ପରିବର୍ତ୍ତନ କରିଛନ୍ତି । ଏବେ କିଛି H-1B ଭିସା ଧାରକ ଆମେରିକାରେ ଅବୈଧ ପ୍ରବାସୀ ଭାବେ ଏଣ୍ଟ୍ରୀ କରିପାରିବେ ନାହିଁ । ନୂଆ ଆବେଦନ ପାଇଁ ୧୦୦,୦୦୦ ଡଲାର ଅର୍ଥାତ ପ୍ରାୟ ୯୦ ଲକ୍ଷ ଟଙ୍କା ଅଧିକ ଫି' ଦେବାକୁ ପଡିବ । ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟମାନେ ସବୁଠୁ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । H-1B ଭିସା ସବୁଠୁ ଅଧିକ ଭାରତୀୟ ପ୍ରଫେସନାଲ୍ ପାଇଥାଆନ୍ତି । H-1B ଭିସାର ମୂଲ୍ୟ ବୃଦ୍ଧି ଘୋଷଣା କରି ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ କହିଛନ୍ତି ଯେ, କମ୍ପାନୀଗୁଡ଼ିକୁ ଏବେ ପ୍ରତ୍ୟେକ ଭିସା ପାଇଁ ବାର୍ଷିକ ୧୦୦,୦୦୦ ଡଲାର ଦେବାକୁ ପଡିବ ।  ସମସ୍ତ ବଡ଼ କମ୍ପାନୀ ଏଥିପାଇଁ ପ୍ରସ୍ତୁତ । ଆମେ ସେମାନଙ୍କ ସହ କଥା ହୋଇଛୁ ।"

ଭାରତୀୟମାନେ ସବୁଠାରୁ ଅଧିକ ଲାଭ ପାଆନ୍ତି- ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ସର୍ବାଧିକ ୭୧% H-1B ଭିସା ପ୍ରାପ୍ତକାରୀ ଅଛନ୍ତି, ଏହା ପରେ ଚୀନ୍‌ର  ୧୧.୭% ରହିଛନ୍ତି । H-1B ଭିସା ସାଧାରଣତଃ ୩ରୁ ୬ ବର୍ଷ ପାଇଁ ପ୍ରଦାନ କରାଯାଏ । ଆମେରିକା ଲଟେରୀ ସିଷ୍ଟମ ମାଧ୍ୟମରେ ବାର୍ଷିକ ୮୫,୦୦୦ H-1B ଭିସା ପ୍ରଦାନ କରେ । ଏହି ବର୍ଷ, Amazonର ସର୍ବାଧିକ ସଂଖ୍ୟକ କର୍ମଚାରୀ ଭିସା ପାଇଛନ୍ତି । ପ୍ରାୟ ୧୦,୦୦୦ ରୁ ଅଧିକ ରହିଛି । ଏହା ପରେ ଟାଟା କନସୋଲଟାନ୍ସି ବା ଟିସିଏସ୍‌ , ମାଇକ୍ରୋସଫ୍ଟ, ଆପେଲ ଏବଂ ଗୁଗୁଲ୍ ରହିଛି । ୟୁଏସସିଆଇଏସ ଅନୁଯାୟୀ କାର୍ଲିଫର୍ଣ୍ଣିଆରେ ସର୍ବାଧିକ  H-1B ଭିସାଧାରୀ କର୍ମଚାରୀ ଅଛନ୍ତି ।