ନୂଆଦିଲ୍ଲୀ,୧୮/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ରୁଷଠାରୁ ଭାରତ ତେଲ କଣିବ ନାହିଁ । ହେଙ୍ଗେରୀ ବାଧ୍ୟ ହୋଇ ରୁଷଠାରୁ ତେଲ କିଣିବ । କାରଣ ତାର ଏକମାତ୍ର ପାଇପ୍ଲାଇନ୍ କନେକ୍ସନ ଅଛି । ସେ ସମୁଦ୍ରରେ ଘେରି ହୋଇଥିବା ଦେଶ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କରିବା ପରେ ଟ୍ରମ୍ପ ସଙ୍କେତ ଦେଇଛନ୍ତି ରୁଷ-ୟୁକ୍ରେନ ଶାନ୍ତି ବୁଝାମଣା ଦିଗରେ ପ୍ରଗତି ସମ୍ଭବ । ଆମେରିକା ଏକ ସ୍ଥାୟୀ ବୁଝମାଣା ଦିଗରେ କାମ କରୁଛି । ଏହି ସମୟରେ ସେ କହିଛନ୍ତି, ଏବେ ଭାରତ ରୁଷଠାରୁ ତେଲ କିଣିବ ନାହିଁ । ଧୀରେ ଧୀରେ ତେଳ କିଣିବା କମ କରୁଛି । ହେଲେ ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ଏହି ଦାବିକୁ ଖଣ୍ଡନ କରିଛି । ଟ୍ରମ୍ପଙ୍କ ଦାବିକୁ ଦେଶ ପ୍ରତି ଅପମାନ ବୋଲି କହିଛି କଂଗ୍ରେସ ।
ଡୋନାଲ୍ଡ ଟ୍ରମ୍ପଙ୍କର ଏହି ଦାବି ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ସେ ଅନେକ ଥର ଏପରି ଦାବି କରି ଆସିଛନ୍ତି । ପୁଣି ରୁଷଠାରୁ ଭାରତ ତେଳ କିଣିବାକୁ ନେଇ ବଡ ଦାବି କରି କହିଛନ୍ତି, ରୁଷଠାରୁ ଭାରତ ତେଲ କଣିବ ନାହିଁ । ଆଗକୁ ଧୀରେ ଧୀରେ ତେଲ କଣିବା କମ କରିବ । ପୂର୍ବରୁ ତେଲ କିଣିବା କମ ସାରିଛି । ସମ୍ପୂର୍ଣ୍ଣ ଭାବେ ତେଲ କିଣିବା କମ କରିଦେବ । ସେ ୩୮ ପ୍ରତିଶତ ତେଲ କିଣୁଥିଲେ ଏବେ ସେ ଆଉ କିଣିବେ ନାହିଁ
ଟ୍ରମ୍ପଙ୍କ ଏହି ବୟାନ ପରେ କଂଗ୍ରେକ ପାର୍ଟି ପକ୍ଷରୁ ଟିପ୍ପଣୀ ସାମ୍ନାକୁ ଆସିଛି । ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଟ୍ରମ୍ପଙ୍କ ଏହି ବୟାନର ଭିଡିଓ ସେୟାର କରି ଲେଖିଛି, ''ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କ ସାମ୍ନାକୁ ଭାରତ ପକ୍ଷରୁ ନିଷ୍ପତ୍ତି ନେଇଛନ୍ତି । ସେ ଘୋଷଣା କରିଛନ୍ତି ଏବେ ଭାରତ ରୁଷଠାରୁ ତେଲ କିଣିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ନେଇ ନିଷ୍ପତ୍ତି ନେବାକୁ ଟ୍ରମ୍ପଙ୍କୁ ଅଧିକାର ଦେଇ ଦେଲେ କି ? ସିଜଫାୟାରଠୁ ନେଇ ତେଲ ନକିଣିବା ଯାଏ ଟ୍ରମ୍ପ କାହିଁକି ନେବେ ନିଷ୍ପତି ? ଏହା ଦେଶର ଅପମାନ ।''