ବାଉଁଶୁଣୀ, ୧୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଦେଶବ୍ୟାପୀ 'ଏକ୍ ପେଡ୍ ମା' କେ ନାମ୍' କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବୁଧବାର ଦିନ ୧୦ଟା ବେଳେ ବୌଦ୍ଧ ବ୍ଲକ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବାଉଁଶୁଣୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଗୋଛିୟାଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। 

ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧ ବିଡିଓ ଯୁଗଳ କିଶୋର ବିଶ୍ୱାଳ, ସହକାରୀ ଯନ୍ତ୍ରୀ ପ୍ରାଚୀ ପରିମିତା ସାବତ, କନିଷ୍ଠ ଯନ୍ତ୍ରୀ ମନୋଜ ବେହେରା, ସରପଞ୍ଚ ଅଇଁଠୁ ମହାଳିକ, ପଞ୍ଚାୟତ ଜି ଆର୍ ଏସ୍ ପଦ୍ମିନୀ ତରିଆ, ସମାଜ ସେବୀ ସରୋଜ କୁମାର ତ୍ରିପାଠୀ, ୱାର୍ଡ ସଭ୍ୟ ସଭ୍ୟା, ସିଆରପି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।