ଭୁବନେଶ୍ୱର,୦୫/୦୬: କଟକ ଜିଲ୍ଲା ମାହାଙ୍ଗାରେ ହିଙ୍ଗୁଳା ମହୁମାଛି ଆକ୍ରମଣ । ଏଥିରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତ ବୃଦ୍ଧା ହେଲେ ମାହାଙ୍ଗା ବ୍ଲକ୍ ରାହାଣିଆ ପଞ୍ଚାଯତ ଗୋକୁଳପୁର ଗାଁର ୬୫ ବର୍ଷୀୟ ପାଟ ଦେଇ ଏବଂ ଗୁରୁତର ବ୍ୟକ୍ତି ହେଉଛନ୍ତି ବିରେନ୍ଦ୍ର ଦାସ ।
ସୂଚନା ମୁତାବକ, ମାହାଙ୍ଗା ବ୍ଲକ୍ ରାହାଣିଆ ପଞ୍ଚାୟତର ଗୋକୁଳପୁର ଗାଁର ପାଟ ଦେଇ ବୁଧବାର ଜାଳେଣି ସଂଗ୍ରହ କରିବାକୁ ତୋଟାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଶତାଧିକ ହିଙ୍ଗୁଳା ମହୁମାଛି ଅଚାନକ ଆକ୍ରମଣ କରିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁବାର ସକାଳେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଛି । ସେହିପରି ଗୁରୁତର ହୋଇଥିବା ବିରେନ୍ଦ୍ର ଦାସଙ୍କ ମେଡିକାଲରେ ଚିକିତ୍ସା ଚାଲିଛି ।