ଭୁବନେଶ୍ୱର, ୧୭/୧୦: ପାଖେଇ ଆସୁଛି ନୂଆପଡ଼ା ଉପନିର୍ବାଚନ। ପ୍ରାର୍ଥୀଙ୍କୁ ମଗାଗଲା ଅପରାଧିକ ତଥ୍ୟ। ନିର୍ବାଚନ ଆୟୋଗ ସବୁ ଦଳର ପ୍ରାର୍ଥୀମାନଙ୍କୁ ଅପରାଧିକ ତଥ୍ୟ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ଦ୍ଦେଶାବଳୀ ଅନୁପାଳନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିକଟରେ ଦାଖଲ କରିବେ।
୭୧-ନୂଆପଡ଼ା ନିର୍ବାଚନ ମଣ୍ଡଳୀ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ
ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ସ୍ୱକୀୟ ଅଫିସିଆଲ ସୋସିଆଲ ମିଡିଆ ଓ ୱେବସାଇଟ ମାଧ୍ୟମରେ ଫର୍ମ-ସି(୭)ରେ ଅପରାଧିକ ତଥ୍ୟ ପ୍ରକାଶ କରିବେ । ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ-୮(ସି) ଏବଂ ଫର୍ମ-ସି(୭)ର ନକଲ ସଂଲଗ୍ନ କରି ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇବେ । ଏଥିସହିତ ୨୦ ଅକ୍ଟୋବର ୨୦୨୫ ଅର୍ଥାତ୍ ସୋମବାର ସୁଦ୍ଧା ଫର୍ମାଟ-ସି(ଏ)କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଫର୍ମ ୭(ଏ)କୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ଉପରୋକ୍ତ ସମସ୍ତ ଦସ୍ତାବିଜ୍ [email protected] ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଉପରୋକ୍ତ ନିର୍ଦ୍ଦେଶାବଳୀକୁ ପାଳନ ନ କରିବେ। ସେମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କଲେ ବୋଲି ବିବେଚିତ ହେବେ । ଏଥିସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶାନାମାରେ ରହିଛି ।