ନୂଆଦିଲ୍ଲୀ,୪।୬: ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାଚ୍ ଲଲିତ ମୋଦି ୨୦୧୦ ରେ ଆଇପିଏଲ୍ର ଫ୍ରାଞ୍ଚାଇଜ କୋଚି ଟସ୍କର୍ସ ସହ ବିବାଦକୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି , ୨୦୧୦ ଆପପିଏଲ୍ରେ କୋଚି ଦୁର୍ନୀତିରେ କଂଗ୍ରେସର ପୁରା ମେସିନାରୀ ଓ ତତ୍କାଳୀନ ୟୁପିଏ୍ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଥରୁରଙ୍କ ସୁରକ୍ଷାରେ ଓହ୍ଳାଇଥିଲେ। ନ୍ୟୁଜ ଏଜେନ୍ସି ଏଏନ୍ଆଇକୁ ଦେଇଥିବା ଇଣ୍ଟରଭ୍ୟୁରେ ଲଲିତ ମୋଦି କହିଛନ୍ତି, ଯେତେବେଳେ ସେ ଥରୁରଙ୍କ ଦିବଂଗତ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସମ୍ପର୍କିତ ଠକେଇ ଢାଞ୍ଚାକୁ ନେଇ କୋଚି କନ୍ସୋର୍ଟିୟମ୍କୁ ପ୍ରବେଶକୁ ରୋକିବାର ଚେଷ୍ଟା କରିଥିଲେ, ତତ୍କାଳୀନ ଶାସକ ୟୁପିଏ ସରକାରଙ୍କ ପୁରା ତନ୍ତ୍ର ତାଙ୍କୁ କ୍ଷମତାଚ୍ୟୁତ କରିବାର ଷଡଯନ୍ତ୍ର ଥିଲା।
ଥରୁରଙ୍କୁ ସୁରକ୍ଷା ଦେଇଥିଲେ ସୋନିଆ
ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଶଶି ଥରୁରଙ୍କ ସୁରକ୍ଷା କିଏ ଦେଉଥିଲା ? ଲଳିତ ମୋଦି କହିଥିଲେ, ସୋନିଆ ଗାନ୍ଧୀ। ଚାରିଆଡେ ମୋତେ ଟାର୍ଗେଟ କରାଯାଇଥିଲା। ମୋତେ ଅହମ୍ମଦ ପଟେଲଙ୍କ ଫୋନ୍ ଆସୁଥିଲା। ସେହି ଦିନ ପ୍ରଣବ ମୁଖାର୍ଜୀଙ୍କ ଫୋନ୍ ଆସୁଥିଲା। ମୁଁ ତାଙ୍କ ସମସ୍ତଙ୍କ ସହିତ ବନ୍ଧୁ ଥିଲି। ରାଜୀବ ଶୁକ୍ଲା ମୋ ପାଖକୁ ଆସି କ’ଣ କରିବି ତା’ର ପରାମର୍ଶ ଦେଉଥିଲେ।
#WATCH | On the 2010 IPL Kochi scandal, IPL founder and first chairman Lalit Modi says, "Sonia Gandhi was backing Shashi Tharoor. I got calls from Ahmed Patel and Pranab Mukherjee in those days. You had that p@** Rajeev Shukla coming up to me and say 'Chalo Ahmed Patel aa raha… pic.twitter.com/eYX8zIXu4h
— ANI (@ANI) June 4, 2026
ବିବାଦ ଉପରେ କ‘ଣ କହିଲେ ଲଲିତ ମୋଦି ?
ଲଳିତ ମୋଦିଙ୍କ କହିବା ଅନୁସାରେ, ଏହି ବିବାଦର ଆରମ୍ଭ ସେତେବେଳେ ହୋଇଥିଲା, ଯେତେବେଳେ ସେ କୋଚି କନ୍ସୋର୍ଟିୟମ୍ ପକ୍ଷରୁ ହାଜର ହୋଇଥିଲେ ଓ କଥିତ ଭାବରେ ଭୁଲ ଭାବରେ ପ୍ରସ୍ତୁତ କରାଯାଇଥିବା ଆର୍ଥିକ ମଡେଲକୁ ମାନିବାକୁ ମନା କରିଦେଇଥିଲେ। ତାଙ୍କର କହିବା ଅନୁସାରେ, ଗ୍ରୁପ୍ ୩୫୦ ମିଲିୟନ ଡଲାର ନିଲାମ ଡାକି ଟିମକୁ ହାସଲ କରିଥିଲା। କିନ୍ତୁ ଏହାର ଫାଇନାନ୍ସିଆଲ ମଡେଲ ସମ୍ପୂର୍ଣ୍ଣ ଭାବରେ ସନ୍ଦିଗ୍ଧ ଥିଲା।
ଆଇପିଏଲର ପୂର୍ବତନ ଚେୟାରମ୍ୟାନଙ୍କ କହିବା ଅନୁସାରେ, ଏହା ଉପରେ ସସପେନ୍ସ ଥିଲା ଓ ଖୁବ୍ ଶୀଘ୍ର ବଢିଯାଇଥିଲା। ଯେତେବେଳେ ସୁନନ୍ଦା ପୁଷ୍କର ନାମକ ଜଣେ ଅଜଣା ମହିଳାଙ୍କୁ ବିନା କୌଣସି ଇନଭେଷ୍ଟମେଣ୍ଟରେ ୨୫% ମାଗଣା ଇକ୍ବିଟି ଦିଆଯାଉଥିଲା। ଲଳିତ ମୋଦିଙ୍କ ମତରେ ଯେତେବେଳେ ସେ ଏହି ‘ସ୍ୟାଡୋ ସେୟାର ହୋଲ୍ହର’ର ପରିଚୟକୁ ନେଇ ପ୍ରଶ୍ନ ଉଠାଇଥିଲେ ଓ ଫ୍ରାଞ୍ଚାଇଜ୍ର ଏଗ୍ରିମେଣ୍ଟ ଉପରେ ସାଇନ୍ କରିବାକୁ ମନା କରିଥିଲେ, ସେତେବେଳେ ତତ୍କାଳୀନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଶଶି ଥରୁରଙ୍କ ତାଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା।’
ଥରୁରଙ୍କୁ ନେଇ ବଡ଼ ଦାବି
ଲଲିତ ମୋଦି ଏବେ ଥରୁରଙ୍କ ଉପରେ ସଙ୍ଗୀତ ଆରୋପ ଆରିଛନ୍ତି। ସେ କହିଛନ୍ତି, ତାଙ୍କୁ କଲ୍ରେ କୁହାଯାଇଥିଲା, ଲଳିତ ସୁନନ୍ଦାଙ୍କ ବିଷୟରେ ମୋତେ ପଚାରନି। ଯଦି ତୁମେ ଅଧିକ ପ୍ରଶ୍ନ ପଚାରିବ, ତେବେ ମୁଁ ତମ ଘର ଉପରେ ରେଡ୍ କରିବି।
ଆହୁରି ପଢନ୍ତୁ : India Drones: ଭାରତର ସବୁଠାରୁ ବଡ଼ 'ସ୍ୱଦେଶୀ ଡ୍ରୋନ୍ ଡିଲ୍', ୨୦,୦୦୦ କୋଟିର ଡ୍ରୋନ୍ କିଣିବେ ସରକାର