ଭୁବନେଶ୍ବର, ୦୬/୧୦: ସ୍ବପ୍ନ ଭାଙ୍ଗିଗଲା, ଆଶା ରହିଗଲା । ବିସର୍ଜନ ନେଲା ବିଶ୍ବକପ ବିଜୟ ବିଶ୍ବାସ । ଆଷ୍ଟ୍ରେଲିଆ ଟୁର୍ ରୋହିତଙ୍କ ଶେଷ ସିରିଜ୍ । ସରିଗଲା ହିଟ୍‌ମ୍ୟାନ୍‌ଙ୍କ କ୍ୟାପଟେନ୍ସି ଯୁଗଗାର୍ଡେନ ମେଁ କୋଇ ନୈହିଁ ଘୁମେଗା । ଜ୍ୟାଦା  ହିରୋ ମତ୍ ବନୋ, ହେଲମଟ୍ ଲଗା । ଓଏ ଯଶୁ ଗଲି କ୍ରିକେଟ୍ ଖେଲ୍‌ନେ ଆୟା ହେ କ୍ୟା । ଜବତକ୍ ବଲ୍ ନୈହିଁ ପଡ଼େଗା ତବତକ୍ ଉଠନା ନୈହିଁ । ଆଗେ ଡାଲେଗା ତୋ ଦେତାହୁଁ ନା କ୍ରିକେଟ୍ ଚାଲିବ, କିନ୍ତୁ ଷ୍ଟମ୍ପ୍ ମାଇକ୍‌ରେ ଆଉ ଏ ସ୍ବର ଶୁଭିବନି । ପଡ଼ିଆରେ ଚାଲିବନି ରୋହିତ୍ ରାଜ୍ । କାରଣ ହିଟ୍‌ମ୍ୟାନଙ୍କୁ କ୍ୟାପଟେନ୍ସିରୁ ହଟାଇ ବିସିସିଆଇ Thank you so much’ କହି ଦେଇଛିରୋହିତ ଶର୍ମା ଏବେ କେବଳ ଜଣେ ସାଧାରଣ ପ୍ଲେୟାର ଭାବେ ଭାରତୀୟ ଦଳରେ ଖେଳିବେ । ସେଥିରେ ପୁଣି ପର୍ଫମାନ୍ସ ଦେଖାଇବାକୁ ପଡ଼ିବ, ନହେଲେ ଅକ୍ଟୋବର ୧୯ରେ ହେବାକୁ ଥିବା ଅଷ୍ଟ୍ରେଲିଆ ସିରିଜ୍ ରୋହିତଙ୍କ ପାଇଁ ହେବ ଶେଷ ଦିନିକିଆ ଶୃଙ୍ଖଳା ।

୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲରେ ପରାସ୍ତ ପରେ ଭାଙ୍ଗିପଡ଼ିଥିଲେ ରୋହିତ୍ ଶର୍ମା । କେବଳ ହିଟ୍‌ମ୍ୟାନ ନୁହେଁ, ଅନେକଙ୍କ ସ୍ବପ୍ନ ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଥିଲାବିଶ୍ବ ବିଜୟୀ ହେବା ବିଶ୍ବାସ ହରାଇଥିଲେ ସବୁ । ମାତ୍ର ୨୦୨୪ରେ ଟି-୨୦ ଓ୍ବାର୍ଲଡ କପ୍ ଏବଂ ଚମ୍ପିଆନ୍ସ ଟ୍ରଫି ଜିତାଇ ଫ୍ୟାନ୍ସଙ୍କ ଭାଙ୍ଗିଯାଇଥିବା ବିଶ୍ବାସକୁ ପୁଣି ଥରେ ଫେରାଇ ଆଣିଥିଲେ ରୋହିତ୍ । ହ୍ବାଇଟ୍ ବଲ୍ କ୍ରିକେଟରେ ଏବେବି ତାଙ୍କର ଦବଦବା ଚାଲୁଛି ବୋଲି ଦେଖାଇଥିଲେ । ଆଶା ରଖିଥିଲେ ନିଜ ନେତୃତ୍ବରେ ଟିମ୍ ଇଣ୍ଡିଆକୁ ୨୦୨୭ ଦିନିକିଆ ବିଶ୍ବକପ୍ ଜିତାଇବେ ବୋଲି । ହେଲେ ରୋହିତଙ୍କ ଲେଗେସି ବିସିସିଆଇର ବିଶ୍ବାସ ଜିତି ପାରିଲାନାହିଁ । କ୍ରିକେଟ୍‌ର ତିନୋଟି ଫର୍ମାଟରେ ୩ଜଣ ଅଧିନାୟକ ରଖିବା ସମ୍ଭବ ନୁହେଁ ଆଳ ଦେଖାଇ ରୋହିତଙ୍କୁ ଅଧିନାୟକତ୍ବରୁ ହଟାଇ ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । ସେଲେକ୍ସନ କମିଟି ସ୍ପଷ୍ଟ କରିଦେଇଛି ଯେ ହୁଏତ ହିଟମ୍ୟାନ୍‌ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଓ୍ବାର୍ଲ୍ଡକପ୍ ଖେଳି ନପାରନ୍ତିଯଦି ବିଶ୍ବକପ୍ ଖେଳିବାକୁ ଚାହିଁବେ, ତେବେ ତାଙ୍କୁ ଘରୋଇ କ୍ରିକେଟ୍ ଅର୍ଥାତ୍ ବିଜୟ ହଜାରେ ଟ୍ରଫି ଖେଳିବାକୁ ପଡ଼ିବାବିସିସିଆଇର ଏହି ସର୍ତ୍ତ ରୋହିତଙ୍କୁ ରିଟାୟରମେଣ୍ଟ ନେବା ପାଇଁ ବାଧ୍ୟ କରିପାରେ । 

​​​​​​​

କ୍ରିକେଟ୍ ପଲିଟିକ୍ସ ଟ୍ରାପରେ ଫସିଗଲେ କି ହିଟ୍‌-ମ୍ୟାନ୍ ? ପ୍ରଶ୍ନ ଉଠାଇଲେଣି କ୍ରିକେଟ୍ ଫ୍ୟାନ୍ସସେପଟେ ପୂର୍ବତନ କ୍ରିକେଟ୍ ମହମ୍ମଦ କୈଫ ସିଧା ସିଧା ବୋର୍ଡକୁ ଟାର୍ଗେଟ୍ କରିଛନ୍ତି । ରୋହିତ୍ ଶର୍ମା ଦେଶକୁ ୧୬ ବର୍ଷ ଦେଲେ, ହେଲେ ବିସିସିଆଇକୁ ତାଙ୍କୁ ବର୍ଷେ ଦେଇପାରିଲା ନାହିଁ ତାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ୧୬ ଆଇସିସି ମ୍ୟାଚ୍‌ରୁ ୧୫ଟିରେ ବିଜୟୀ ହୋଇଛି । ସେ କେବଳ ଗୋଟିଏ ମ୍ୟାଚ୍ ହାରିଥିଲେ, ଯାହା ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ଥିଲା୨୦୨୪ ଟି-ଟ୍ବେଣ୍ଟି ଓ୍ବାର୍ଲ୍ଡକପ୍ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତାଇଥିଲେ ରୋହିତ୍ ଶର୍ମା । ତେଣୁ ତାଙ୍କୁ ଗୋଟିଏ ସୁଯୋଗ ଦେବାର ଥିବା ବୋଲି କୈଫ କହିଛନ୍ତି । ଅନ୍ୟପଟେ ବିସିସିଆଇ ହିଟ୍‌ମ୍ୟାନଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ସୋସିଆଲ୍ ମିଡିଆରେ ବୟକଟ୍ ଅଜିତ୍ ଅଗକର ଟ୍ରେଣ୍ଡ ମଧ୍ୟ ଚାଲିଲାଣି

ରୋହିତ ଶର୍ମାଙ୍କୁ ୨୦୨୧ ଡିସେମ୍ବରରେ ଟିମ୍ ଇଣ୍ଡିଆର ଦିନିକିଆ ଫର୍ମାଟର ଅଧିନାୟକ ହୋଇଥିଲେତାଙ୍କ ନେତୃତ୍ବରେ ଭାରତୀୟ ଦଳ ଓ୍ବନଡେରେ ମୋଟ୍ ୫୬ ମ୍ୟାଚ୍‌ରେ ୪୨ଟିରେ ବିଜୟୀ ହୋଇଛି୧୨ଟି ପରାଜୟ ମିଳିଥିବା ବେଳେ ଗୋଟିଏ ଟାଇ ଏବଂ ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି  । ଆଇସିସି ଇଭେଣ୍ଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଠାରୁ ତାଙ୍କ ବିଜୟ ପ୍ରତିଶତ ଅଧିକ ରହିଛିଓ୍ବନଡେ କ୍ରିକେଟରେ ୩ଟି ତିନୋଟି ଦ୍ବିଶତକ ମାରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରୋହିତ୍ । ଏହା ପରେ ବି ବିସିସିଆଇ ତାଙ୍କୁ ବିଶ୍ବକପ ପାଇଁ ଶେଷ ସୁଯୋଗ ନଦେବା କ୍ରିକେଟ୍ ଫ୍ୟାନ୍ସଙ୍କୁ ଗଭୀର ଆଘାତ ଦେଇଛି ।