ଭୁବନେଶ୍ବର,୪।୧୧ : ଘୁଞ୍ଚିଲା ଯୁକ୍ତ ଦୁଇ ରେଗୁଲାର ଓ ଏକ୍ସ ରେଗୁରାଲ ଫର୍ମପୂରଣ ତାରିଖ। ନଭେମ୍ବର ୧୧ ପର୍ଯ୍ୟନ୍ତ ଫର୍ମପୂରଣ ଅବଧୀ ବୃଦ୍ଧି କରାଯାଇଛି। ପୂର୍ବରୁ ଫର୍ମପୂରଣ ଶେଷ ତାରିଖ ଅକ୍ଟୋବର ୨୮ ରହିଥିଲା। ବାତ୍ୟା ମୋନ୍ଥା ଯୋଗୁ ଅଧିକାଂଶ କଲେଜରେ ଫର୍ମପୂରଣ ହୋଇପାରି ନାହିଁ। ସେଥିପାଇଁ ସିଏଚଏସଇ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
ବିନା ଜରିମାନାରେ ନଭେମ୍ବର ୧୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ରେଗୁଲାର ଓ ଏକ୍ସ ରେଗୁରାଲ ଫର୍ମପୂରଣ କରିପାରିବେ। ପରେ ନଭେମ୍ବର ୧୩ରୁ ୧୮ ତାରିଖ ମଧ୍ୟରେ ୨୦୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ସେହିପରି ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ଫର୍ମପୂରଣ କଲେ ୬୦୦ ଟଙ୍କା ଜରିମାନା ଦେବାକୁ ପଡିବ।