ଭୁବନେଶ୍ଵର, ୩୦/୧୦ : ପ୍ରସିଦ୍ଧ କବି ତଥା ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡ଼ାଙ୍କ ଦେହାନ୍ତ। ଫୁସ୍‌ଫୁସ୍ କର୍କଟରେ ପୀଡ଼ିତ ହୋଇ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ଏହି ଖବର ପରେ ସାହିତ୍ୟିକ, ରାଜନେତା ଓ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। 

ଶଙ୍କର୍ଷଣ ପରିଡ଼ା ଜଣେ ପ୍ରସିଦ୍ଧ କବି ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଥିଲେ। ପୂର୍ବରୁ କର୍କଟ ରୋଗରେ ପୀଡ଼ିତ ହୋଇ ସେ ମୁମ୍ବାଇରେ ଚିକିତ୍ସିତ ହୋଇ ଫେରିଥିଲେ। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ଆଜି ଶଙ୍କରଙ୍କ ଦେହାନ୍ତ ହୋଇଥିବା ନେଇ ତାଙ୍କ ଝିଅ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଦୁଇଝିଅ ଓ ପତ୍ନୀ ରହିଛନ୍ତି। 

ଅକ୍ଟୋବର ୧୭ ଶଙ୍କର୍ଷଣଙ୍କ ଜନ୍ମଦିନ ଥିଲା, ଆରପାରିକୁ ଯିବା ପୂର୍ବରୁ ହସ୍ପିଟାଲ ବେଡ୍‌ରେ ସେ ଶେଷ କବିତା ଲେଖି ଯାଇଥିଲେ...

​​​​​​​