ଜଳେଶ୍ବର, ୪।୫ : ପାରିବାରିକ କଳହର କରୁଣ ପରିଣତି। ଭାଉଜ ଖଣ୍ଡା ଚୋଟରେ ଦିଅର ଗୁରୁତର। ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣକ ହେଲେ ରୁପ୍ସା ଥାନା ମିରିଗୁଣ୍ଡି ଗ୍ରାମର ଭଜ ହରି ବେହେରା। ପୁଲିସ ଘଟଣାର ତଦନ୍ତ କରୁଛି। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରୁପ୍ସା ଥାନା ମିରିଗୁଣ୍ଡି ଗ୍ରାମରେ।

ବାଲେଶ୍ବର ଜିଲ୍ଲା ରୁପ୍ସା ଥାନା ମିରିଗୁଣ୍ଡି ଗ୍ରାମର ଭଜ ହରି ବେହେରାଙ୍କର ତାଙ୍କ ବଡ଼ ଭାଇ ସହିତ ପୂର୍ବରୁ ବାଦବିବାଦ ଲାଗି ରହିଥିଲା । ଆଜି ଭଜହରି ବଡ଼ ଭାଇ ପାଖରେ ରହୁଥିବା ନିଜ ମାଆକୁ ଦେଖା କରିବାକୁ ଯାଇଥିଲେ । ମାତ୍ର ତାଙ୍କ ମାଆଙ୍କ ସହିତ ତାଙ୍କ ପୁତୁରା ଦେଖା କରେଇ ଦେଇ ନ ଥିଲେ। ତେବେ ଦେଖା କରେଇବାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ଏହି କଳହ ଶେଷରେ ଉଗ୍ର ରୂପ ଧାରଣ କରିଥିଲା। ଭଜ ହରିଙ୍କ ଭାଉଜ ଏକ ଖଣ୍ଡାରେ ଭଜ ହରିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଭଜହରି ନିଜ ଜୀବନକୁ ରକ୍ଷା କରିବା ପାଇଁ ସେଠାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡ଼ି ପଳେଇ ଆସିଥିଲେ। ବସ୍ତା ଥାନା ମାଥାନି ଠାରେ ସ୍ଥାନୀୟ ଲୋକମାନେ ଗୁରୁତ୍ୱର ଅବସ୍ଥାରେ ଭଜହରିଙ୍କୁ ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ। ବସ୍ତା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତ୍ୱର ଭଜହରିଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ : ଶିଶୁ ଅଧିକାର ସୁରକ୍ଷାକୁ ମଜବୁତ କରିବା ପାଇଁ ପଦକ୍ଷେପ, ମେ ୬ ରୁ ଆରମ୍ଭ ହେବ ଶିଶୁ ଶ୍ରମିକ ମୁକ୍ତ ଅଭିଯାନ