ସାହାଜପାଲ,୮।୧୧ :  ବୌଦ୍ଧ ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଲା ନିଆଁ । ସଟ୍ ସର୍କିଟରୁ ନିଆଁ ଲାଗି ବହୁ ଜରୁରୀ କାଗଜପତ୍ର ପୋଡିଯାଇଛି।

ଶନିବାର ଅପରାହ୍ନରେ ବିଦ୍ୟୁତ ସର୍ଟ ସର୍କିଟହୋଇ ସ୍କୁଲରେ  ଧୂଆଁ ବାହାରୁଥିଲା। ଏହା ଦେଖି ବଲାକିରା ଗ୍ରାମବାସୀ ବିଦ୍ୟାଳୟର କର୍ମଚାରୀଙ୍କୁ ଜଣାଇବା ସହ ବାଉଁଶୁଣୀ ଦମକଳ ବାହିନୀ ଜଣାଇଥିଲେ। ଏହାପରେ ବାଉଁଶୁଣୀ ଦମକଳ ବାହିନୀ ବିଦ୍ୟାଳୟକୁ ଆସିବା ବେଳକୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଯାହାଫଳରେ ଅଫିସରେ ଥିବା ବିଭିନ୍ନ    ଜରୁରୀ କାଳୀନ କାଗଜ ପତ୍ର ପୋଡ଼ିଯାଇଥିବା ଦେଖିବାକୁ ମିଳିଛି।