ନୂଆଦିଲ୍ଲୀ ୨୮/୧୦: ବର୍ତ୍ତମାନ ପରିବେଶ ଲାଗି ପ୍ଲାଷ୍ଟିକ ଏକ ବଡ ସମସ୍ୟା ପାଲଟିଛି। ୱାର୍ଲ୍ଡ ୱାଇଡ୍ ଫର୍ ନେଚର୍ର ରିପୋର୍ଟ ଅନୁସାରେ, ଜଣେ ବ୍ୟକ୍ତି ପ୍ରତି ସପ୍ତାହରେ ୫ ଗ୍ରାମ୍ ପର୍ଯ୍ୟନ୍ତ ପ୍ଲାଷ୍ଟିକ ଖାଇଥାଏ। ଏହି କ୍ରମରେ ଜଣେ ବ୍ୟକ୍ତି ପ୍ରତି ସପ୍ତାହରେ ଏକ କ୍ରେଡିଟ୍ କାର୍ଡ ଆକୃତିର ପ୍ଲାଷ୍ଟି ଖାଇଥାଏ। ଅନ୍ୟପଟେ ପ୍ଲାଷ୍ଟିକ କଣିକା କେତେବେଳେ ପାଣି ବୋତଲରେ ତ ଆଉ କେତେବେଳେ ଏହା ପ୍ରଦୂଷିତ ବାୟୁରେ ମିଳିଥାଏ।
ସେହିପରି ଏକ ରିପୋର୍ଟ ଅନୁସାରେ, ପ୍ରତିମାସରେ ଆମ ଶରୀରରେ ୨୦ ଗ୍ରାମ୍ ପ୍ଲାଷ୍ଟିକ୍ ଏବଂ ବର୍ଷକରେ ୨୫୦ ଗ୍ରାମ୍ ପ୍ଲାଷ୍ଟିକ୍ ଜମା ହୁଏ। ଫଳରେ ସମୟ ସହିତ ଏବଂ ଟେକ୍ନୋଲୋଜିର ବିକାଶ ଘଟିବାରୁ ଏହାର ପରିମାଣ ବି ଦିନକୁ ଦିନ ବୃଦ୍ଧି ପାଉଛି। ଏହା ଯୋଗୁଁ କେବଳ ସ୍ୱାସ୍ଥ୍ୟ ଖରାପ ହୁଏ ତାହା ନୁହେଁ, ବରଂ କର୍କଟ ଭଳି ମାରାତ୍ମକ ରୋଗ ହେବା ଆଶଙ୍କା ବୃଦ୍ଧି ପାଏ। ଯଦି ପରିବେଶ ବା ମାଟିରେ ବିଘଟନ ହେଉନାହିଁ, ତେବେ ଶରୀରରେ ଏହା କିଭଳି ବିଘଟନ ହେବ ସେକଥା ଚିନ୍ତା କରିବା ଦରକାର। ତେଣୁ ମାରାତ୍ମକ ରସାୟନ ଏବଂ ପାର୍ଟିକଲରେ ତିଆରି ପ୍ଲାଷ୍ଟିକ କେଉଁ ଭାବେ କ୍ଷତି ପହଞ୍ଚାଇପାରେ ଏଥିରୁ ଅନୁମାନ କରିହେଉଛି।
ଏହାବାଦ ପ୍ଲାଷ୍ଟିକରେ ସୀସା ଏବଂ ଆର୍ସେନିକର ବ୍ୟବହାର ହୁଏ। ଯାହାକି ଅତ୍ୟନ୍ତ ବିଷାକ୍ତ। ରକ୍ତହୀନତା, ଲିମ୍ଫୋମା, ମସ୍ତିସ୍କ କର୍କଟ, ସ୍ତନ କର୍କଟ ଭଳି ଅନ୍ୟାନ୍ୟ ବଡ ବଡ ରୋଗ ପ୍ଲାଷ୍ଟିକ୍ ଯୋଗୁଁ ହୋଇପାରେ। ଅନ୍ୟପଟେ ଏହି ରୋଗ ମଣିଷ ଶରୀରକୁ ପୂରା ଖରାପ କରିପାରେ। ଯେପରିକି ଏହା ଯୋଗୁଁ ଜୀବନ ଯିବା ଆଶଙ୍କା ଅଛି।