ଜହ୍ନlପଙ୍କ, ୨/୧୦ : ବୌଦ୍ଧ ବ୍ଲକ ବଢିଗାଁ ଛକ ଦୁର୍ଗାପୂଜା କମିଟି ଓ ବୌଦ୍ଧ ଜିଲ୍ଲା ମା’ ଦକ୍ଷିଣକାଳୀ କଳା ସଂଘ ଆନୁକୁଲ୍ୟରେ ୫୪ତମ ଦୁର୍ଗାପୂଜା ଅବସରରେ ଲୋକ କଳା ଓ ଲୋକ ନୃତ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଲିଆର୍ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ ଦୁର୍ଗାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ମା’ ଦକ୍ଷିଣକାଳୀ କଳା ସଂଘର ସଭାପତି ସତ୍ୟଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଢିଗାଁ ଛକ ଦୁର୍ଗାପୂଜା କମିଟି ସଭାପତି ସଦାନନ୍ଦ ପୂଜାହାରୀ, ଲୋକ କଳା ଓ ଲୋକ ନୃତ୍ୟ ମହୋତ୍ସବର ସଂଯୋଜକ ଅକ୍ଷୟ କୁମାର ବିଶି ମଞ୍ଚାସୀନ ଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ବରିଷ୍ଠ ଦଣ୍ଡ ଗୁରୁ ଶ୍ୟାମ ସୁନ୍ଦର ତରିଆ, ମକରା ଜେନାଙ୍କ ସମେତ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଯୋଗଦେଇଥିଲେ ଉକ୍ତ ଲୋକ କଳା ଓ ଲୋକ ନୃତ୍ୟ ମହୋତ୍ସବରେ ବୌଦ୍ଧ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ବହୁ ସଂଖ୍ୟାରେ ଦଣ୍ଡ ନୃତ୍ୟ, କୃଷ୍ଣ ଗୁରୁ ଓ ଝାଞ୍ଜ ତଥା ସଙ୍କିର୍ତ୍ତନ ଦଳମାନେ ଯୋଗଦେଇଥିଲେ l ବିଳମ୍ବିତ ରାତି ତମାମ କଳାକାର ଦଳଙ୍କ ଦ୍ବାରା ଲୋକକଳା ଓ ଲୋକ ନୃତ୍ୟ ପରିବେଷଣ କରାଯିବା କାର୍ଯ୍ୟକ୍ରମ ରହିଛି