​​​​​​​ଖଲ୍ଲିକୋଟ, ୮/୯ :  ଆଦିବାସୀ ମାନେ ଜଙ୍ଗଲ ଜମି ପଟ୍ଟା ଯୋଗା ଦେବାକୁ ବାରମ୍ବାର ଦାବୀ କରିବା ସତ୍ତେ୍ବ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ। ସେଥିପାଇଁ ରବିବାର ସନ୍ଧ୍ୟାରେ ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀମାନଙ୍କୁ ପ୍ରାୟ ୭ ଘଣ୍ଟା ଧରି  ଅଟକ ରଖିଥିଲେ ଆଦିବାସୀ । ବିଳମ୍ବିତ ରାତିରେ ଖଲ୍ଲିକୋଟ ରେଞ୍ଜର ଯାଇ  ପଟ୍ଟା ଦିଆଯିବ ବୋଲି  ପ୍ରତିଶ୍ରୁତି ଦେବାରୁ କର୍ମଚାରୀ ମାନେ ମୁକୁଳିଥିଲେ।

ରବିବାର ସନ୍ଧ୍ୟା ୬ଟାରେ ହାତୀ ଘଉଡ଼ାଇବାକୁ ଖଲ୍ଲିକୋଟ ବନ ବିଭାଗର ଏକ ଟିମ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଂଚାୟତକୁ ଯାଇଥିଲେ। ବାଦପଲ୍ଲୀ ପଞ୍ଚାୟତର ୧୧ ଖଣ୍ଡ ଗ୍ରାମବାସୀ ଖଲ୍ଲିକୋଟ ବନାଞ୍ଚଳର  ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ମାନଙ୍କୁ ଜମି ଚିହ୍ନଟ କରି ପଟ୍ଟା ବଣ୍ଟନ କରାଯାଇନଥିବାରୁ ପ୍ରତିବାଦ କରି ଅଟକ ରଖିଥିଲେ । । ସନ୍ଧ୍ୟା ୬ଟା ରୁ ରାତି ଗୋଟାଏ ପର୍ଯ୍ୟନ୍ତ ଅଟକ ରହିଥିଲେ ବନ୍ କର୍ମଚାରୀ । ଶେଷରେ ରେଞ୍ଜର ଦିବ୍ୟଶଙ୍କର ବେହେରା ପହଞ୍ଚି ଡିସେମ୍ବର ୩୧ ସୁଦ୍ଧା ସ୍କେଚ ମ୍ୟାପ କରି ଦେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ବନ କର୍ମଚାରୀଙ୍କୁ ଛାଡିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁ