ମାଲକାନଗିରି, ୫/୯(ଆପ୍ର): ଆଜି ମାଲକାନଗିରି ସହରରେ ଧୁମଧାମରେ ପ୍ରଭୂ ଶ୍ରୀ ଗଣେଶଙ୍କ ବିସର୍ଜନ ଉତ୍ସବ ଚାଲିଛି। ଗଣେଶଙ୍କ ହସ୍ତରେ ଥିବା ଲଡୁ ଗୁଡିକ ନିଲାମ ଡକା ଯାଇଛିଦୁଇଟି ଗଣେଶ ମେଢ଼ରୁ ଦୁଇଜଣ ଶ୍ରଦ୍ଧାଳୁ ଭକ୍ତ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କାରେ ଶ୍ରୀଗଣେଶଙ୍କ ହସ୍ତ ଲଡୁ ନିଲାମରେ ନେଇ ଉଚ୍ଚ ପ୍ରସଂସିତ ହୋଇଛନ୍ତି।

ଖବର ମୁତାବକ, ମାଲକାନଗିରି ସହର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ତେଲୁଗୁସାହି ଯୁବକ ସଂଘ ପକ୍ଷରୁ ହୋଇଥିବା ଗଣେଶ ପୂଜା ମଣ୍ଡପରେ ଶ୍ରୀ ଗଣେଶଙ୍କ ହସ୍ତ ଲଡୁକୁ ନିଲାମ ଡକା ଯାଇଥିଲା। ତେଲୁଗୁ ସାହି ୟୁଥ କ୍ଲବ୍ ତରଫରୁ ଗଣେଶ ପୂଜା ଏହି ବର୍ଷ ବହୁ ଧୁମ୍ ଧାମରେ ପାଳନ ହେବା ପରେ ଆଜି ଭସାଣି ଉତ୍ସବରେ ବିଶେଷ ଆକର୍ଷଣ ଥିଲା ଶ୍ରୀ ଗଣେଶଙ୍କ ହସ୍ତରେ ଧରିଥିବା ୧୧କେଜିର ସ୍ୱତନ୍ତ୍ର ଲଡୁର ନିଲାମ।  ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲଡ଼ୁର ନିଲାମ କରାଯାଇଥିଲା ।

ନିଲାମ ପ୍ରକ୍ରିୟାରେ ପ୍ରାୟ ୨୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତମାନେ ଅଂଶଗ୍ରହଣ କରିଥିଲେ। ୫ହଜାର ଏକ ଟଙ୍କାରୁ ଲଡୁ ନିଲାମ ଡକା ଯାଇଥିଲା, ସର୍ବ ଶେଷରେ ବିଶାଲ ମାଲାକର୍ ନାମକ ଯୁବ ଶ୍ରଦ୍ଧାଳୁ ଭକ୍ତ ସର୍ବାଧିକ ୫୪ହଜାର ଏକ  ଟଙ୍କାରେ ଲଡୁଟିକୁ ନିଲାମ ନେଇ ଜିତିଥିଲେ । ଠାକୁରଙ୍କ ପ୍ରତି ଭକ୍ତ ଓ ପୂଜା କମିଟି ପ୍ରତି ଶ୍ରଦ୍ଧା ଦେଖି ତେଲୁଗୁସାହି ପୂଜା କମିଟି ସଦଶ୍ୟ ମାନେ ଶ୍ରୀ ମାଲାକାରଙ୍କୁ ପୂଜା ମଣ୍ଡପରେ ସର୍ବ ସମ୍ମୁଖରେ ସମ୍ମାନିତ କରି ଲଡ଼ୁ ପ୍ରଦାନ କରିଥିଲେ ଓ  ତାଙ୍କୁ ଲଡ଼ୁ ସହ ସୋଭାଯାତ୍ରା କରି ନଗର ପରିକ୍ରମା କରିଥିଲେ ରାତିରେ ଶ୍ରୀ ଗଣେଶଙ୍କୁ ବିରାଟ ଶୋଭାଯାତ୍ରାରେ ସହର ପରୀକ୍ରମା କରି ପୁଷ୍କରଣୀରେ ବିଶର୍ଜନ କରିଥିଲେ।

ଠିକ ସେହି ପରି ଗୁରୁବାର ରାତ୍ରରେ ଦୁର୍ଗାଗୁଡ଼ି ସାହି ପୂଜା ମଣ୍ଡପରେ ଶ୍ରୀ ଗଣେଶଙ୍କ ଲଡୁ ନିଲାମ ହୋଇଛି ଏହା ମଧ୍ୟ ୫ହଜାର ୧ଟଙ୍କାରୁ ନିଲାମ ଡକାଯାଇ ଥିଲା ଏହି ଲଡୁ ଟିକୁ ସହରର ପି. ବାଲାରାଜୁ (ବୁଜି) ନାମକ ଯୁବ ଭକ୍ତ ସର୍ବଧିକ ୫୧ ହଜାର ଟଙ୍କାରେ ନିଲାମ ଧରି ପ୍ରଶଂଶିତ ହୋଇଛନ୍ତି ତାଙ୍କୁ ପୂଜା କମିଟି ପକ୍ଷରୁ ସମ୍ମାନୀତ କରା ଯାଇଛି, ଏହି ଦୁଇ ଶ୍ରଦ୍ଧାଳୁ ଭକ୍ତଙ୍କ ଶ୍ରୀ ଗଣେଶଙ୍କ ପ୍ରତି ଭକ୍ତି ଦେଖି ସହରବାସୀ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି।