ଭଦ୍ରକ,୧୫।୯ : ଛାତ୍ର ସଂସଦ ନିର୍ବାଚନକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଛାତ୍ର ସଂସଦ ନିର୍ବାଚନ କେବେ ହେବ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ନେଇ ସକାରାତ୍ମକ ଅଛନ୍ତି । ପୂର୍ବରୁ ସରକାର ଏହାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୋଲି ସେ କହିଛନ୍ତି।