ମୋହନା,୨୨/୧୦ : ଗଜପତି ଜିଲ୍ଲା ଅଡ଼ବା ଥାନା ଗlଲାପାଜୁ ଗାଁରେ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୁଲିସ  l ଏହି ବନ୍ଧୁକ କାରଖାନା ଠାବ ସହ ୧୨ଟି ଦେଶି ବନ୍ଧୁକ ଜବତ ହୋଇଛି l ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ଗlଲାପାଜୁ ଗାଁର ଘନଶ୍ୟାମ ପ୍ରଧାନ(୮୫) ଓ ଚିହୁରିପଦର ଗାଁର ହରିଶ୍ଚନ୍ଦ୍ର ମଲିକ(୩୫) l ଘନଶ୍ୟାମ ଗlଲାପାଜୁ ଗାଁ ନିକଟସ୍ଥ ଜଙ୍ଗଲରେ ଏକ କୁଡ଼ିଆରେ ଦେଶି ବନ୍ଧୁକ ତିଆରି କରି ବିକ୍ରି କରୁଥିଲା ବୋଲି ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା l ଏସପିଙ୍କ ସୂଚନା ପ୍ରକାରେ ମଙ୍ଗଳବାର ମୋହନା ଥାନା ଏସଆଇ ନୀଳମାଧଵ ରେଡ୍ଡୀ ଓ ପୁଲିସ ଟିମ୍ ଚିହୁରିପଦର ଗାଁ ନିକଟରେ ପାଟ୍ରୋଲିଂ କରୁଥିଲେ l

ଏହି ସମୟରେ ସେହି ଗାଁର ହରିଶ୍ଚନ୍ଦ୍ର ଟି ଦେଶି ବନ୍ଧୁକ ଧରି ରାସ୍ତାରେ ଯାଉଥିଲା l ଏହି ସମୟରେ ପୁଲିସ ତାକୁ ଅଟକ ରଖି ତଦନ୍ତ କରିଥିଲା l ତଦନ୍ତ ପରେ ହରିଶ୍ଚନ୍ଦ୍ର ଗlଲାପlଜୁ ଗାଁର ଘନଶ୍ୟାମଙ୍କଠାରୁ ବନ୍ଧୁକ କିଣିଥିବା କହିଥିଲେ l ଏହାପରେ ପୁଲିସ ଗlଲାପାଜୁ ଗାଁରେ ଚଢ଼ଉ କରି ଗାଁଠାରୁ କିଛି ଦୂରରେ ଥିବା ଜଙ୍ଗଲରେ ବନ୍ଧୁକ ତିଆରି କାରଖାନା ଠାବ କରିବା ସହ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିବା ଏସପି କହିଛନ୍ତି l ଘନଶ୍ୟାମଙ୍କଠାରୁ ୧୦ଟି ଓ ହରିଶ୍ଚନ୍ଦ୍ରଙ୍କଠାରୁ ଟି ଦେଶି ବନ୍ଧୁକ ଜବତ ହୋଇଛି l

ଗୋଟିଏ ବନ୍ଧୁକ ପିଛା ଘନଶ୍ୟାମ ହଜାର ଟଙ୍କାରେ ବିକ୍ରି କରୁଥିବାବେଳେ ଗଜପତି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକଙ୍କୁ ସେ ବନ୍ଧୁକ ବିକ୍ରି କରିଛି l ଘନଶ୍ୟାମ ଏହି ବନ୍ଧୁକ ତିଆରି କାରଖାନାକୁ ଗତ ବର୍ଷ ହେଲା ଚଳାଇ ଥିବାବେଳେ କାହାକୁ କାହାକୁ ବନ୍ଧୁକ ବିକ୍ରି କରିଛି ତାହାର ତଦନ୍ତ ଚାଲିଛି ବୋଲି ଏସପି ସୂଚନା ଦେଇଛନ୍ତି l ମୋହନା ଥାନାରେ ୧୯୩/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ରା.ଉଦୟଗିରି ଏସଡିପିଓ ସୁରେଶ ତ୍ରିପାଠୀ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଓ ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଉପସ୍ଥିତ ଥିଲେ l