ମାଲକାନଗିରି/ମାଥିଲି,୭/୯ (ଆପ୍ର ):  କାଦୁଅ ପାଇଁ ଗାଁ ରେ ପହଂଚିପାରିଲା ନାହିଁ ଆମ୍ବୁଲାନ୍ସ, । ଗୁରୁତର ରୋଗୀ ପାଇଁ ଦେବ ଦୂତ ସାଜି ଭାରରେ ଦୁର୍ଗମ ୫କିଲୋମିଟର କାଦୁଅ ରାସ୍ତାରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଲେ ସ୍ବାସ୍ଥ୍ୟ ସୁପରଭାଇଜର ।    ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରେ ଏହା ଦେଖିବାକୁ ମିଳିଛି।

ତୁଳସୀ ଗାଁର ମଙ୍ଗଲଦେଇ ଦୁରୁଆ ଦୀର୍ଘଦିନରୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଘରେ ରହିଥିଲେ । ବର୍ଷା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ଆସିବା ସମ୍ଭବ ନଥିଲା । ଗାଁ ଲୋକେ ଆମ୍ବୁଲାନ୍ସ କୁ ଫୋନ କରିଥିଲେଦୁର୍ଗମ ଘାଟି କାଦୁଅ  ରାସ୍ତା ପାଇଁ ଗାଁ କୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ,। ପରିବାର ଲୋକେ ମଙ୍ଗଳଦେଇଙ୍କୁ ବାଉଁଶରେ ଲୁଗାରେ ଝୁଲା କରି ଅଧାରାସ୍ତା ବୋହି ଆଣୁଥିଲେ । ସ୍ବାସ୍ଥ୍ୟ ଟିମ୍ ଗାଁକୁ ଯାଇ ପାରୁନଥିବାରୁ ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ କାଦୁଆ ରାସ୍ତା ଯାଏଁ ସୁପରଭାଇଜର ହରେକୃଷ୍ଣ ପାତିକା ନିଜ କାନ୍ଧରେ ରୋଗୀକୁ ବୋହି ଗାଡି ଯାଏଁ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ସହାୟତାରେ ମାଥିଲି ସବଡିଭିଜନ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି। ସୁପର ଭାଇଜରଙ୍କ ମାନବିକତାକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି