ଗଞ୍ଜାମ ୨୮/୧୦ : ଗଞ୍ଜାମ ଏନଏସି ଅନ୍ତର୍ଗତ ୯ନଂ ୱାର୍ଡ଼ ବରପଲି ଗ୍ରାମ ନିବାସୀ କୌଣସିଲର ସ୍ୱାଗତ ଆଶିଷ ନାୟକଙ୍କ ଘର କାନ୍ଥ ମଙ୍ଗଳବାର ଭୋର ସମୟରେ ବର୍ଷାରେ ଭିଜି ତଳେ ପଡ଼ି ଯାଇଥିଲା l ସ୍ୱାଗତ ଆଶିଷ ନାୟକଙ୍କ ପିତା କୃଷ୍ଣଙ୍କ ଆଜକୁ ତିନି ଦିନ ହେବ ମୁତ୍ୟୁ ଘଟିଛି l ଯାହାକୁ ନେଇ ସବୁ ପରିବାର ଏକାଠି ଶୋଇଥିଲେ l କିନ୍ତୁ କାନ୍ଥଟି ଅପର ପଟକୁ ବର୍ଷାରେ ଭିଜି ପଡ଼ି ଯାଇଥିଲା । ଯାହା ଫଳରେ ଘରେ ଶୋଇଥିବା ପରିବାରଙ୍କ କିଛି କ୍ଷତି ହୋଇନଥିଲା l

ସୂଚନାଯୋଗ୍ୟ ଯେ, ଆଗରୁ ଥରେ ଏହି ଘରେ ନିଆଁ ଲାଗି ଭସ୍ମିଭୂତ ହୋଇ ସମସ୍ତ ଅସବାବପତ୍ର ପୋଡ଼ି ଯାଇଥିଲା l ର୍ତ୍ତମାନ କୌଣସିଲରଙ୍କ ତିନିଦିନ ହେବ ପିତୃ ବିୟୋଗ ହୋଇଥିବାବେଳେ ଏପେଟେ ଘର କାନ୍ଥ ପଡ଼ିବା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି l ସ୍ୱାଗତଙ୍କ ଏହି ଗୋଟିଏ ଘରେ ଛୋଟ ଛୁଆ ୪ଜଣ, ପୁରୁଷ ୩ଜଣ ଓ ମହିଳା ୩ଜଣ ସମୁଦାୟ ୧୦ଜଣ ପରିବାର ଏହି ଘରେ ରୁହନ୍ତି l

କିନ୍ତୁ କାନ୍ଥ ପଡି ଘର ମୁକୁଳା ଓ ବିପଦ ପୂର୍ଣ୍ଣ ହୋଇପଡିଛି l ସୂଚନାପାଇ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବିଡ଼ିଓ ଅଛ୍ୟୁତା ନଦ ଯାନୀ, ଅଧ୍ୟକ୍ଷା ପ୍ରତିନିଧି ବିନୋଦ ପାଢ଼ୀ, ଏନଏସି ଈଓ ଅପର୍ଣ୍ଣା ଡାଙ୍ଗୁଆ, ସିଡିପିଓ ସଲୀଳା ପ୍ରଧାନ, ଆଇଆଇସି ସୁମିତ୍ରା ପାତ୍ର ପ୍ରମୁଖ ଘଟଣାସ୍ଥଳକୁ ଯାଇ ପରିବାରଙ୍କୁ ସ୍ଥାନୀୟ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟତା ଯୋଗାଇ ଦିଆଯାଇଛି l ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି l ବିଧାୟକ କୃଷ୍ଣଚନ୍ଦ୍ର ନାୟକ କୌଣସିଲରଙ୍କୁ ୧୫,୦୦୦ଟଙ୍କା ଅର୍ଥି ରାଶି ସହାୟତା କରିଛନ୍ତି l ଏହାସହ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ ସାମିଲ କରି ଯଥାଶୀଘ୍ର ଗୃହ ନିର୍ମାଣ କରିବାକୁ ବିଧାୟକ ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ l