ନୂଆଦିଲ୍ଲୀ,୧୯/୧୦: ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରରେ ଆରମ୍ଭ ହୋଇଛି  ପ୍ରଥମ ଦିନିକିଆ । ପର୍ଥର ଅପ୍ଟସ ଷ୍ଟାଡ଼ିୟମ୍‌ରେ ପ୍ରଥମ ଲଢେଇ ହୋଇଛି । ଭାରତୀୟ ସମୟ ସକାଳ ୯ ଟାରେ ଆରମ୍ଭ ହୋଇଛି ମ୍ୟାଚ୍‌ । ପର୍ଥରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଛି ଘରୋଇ ଦଳ । ଦିନିକିଆରେ ଲଗାତାର ୧୬ତମ ଟସ୍ ହାରିଛି ଟିମ୍ ଇଣ୍ଡିଆ  ନୀତିଶ ରେଡ୍ଡୀ ଦିନିକିଆ ଡେବ୍ୟୁ କରିଛନ୍ତି । ପୂର୍ବତନ ଅଧିନାୟକ ରୋହିତ ଶର୍ମା ନୀତିଶଙ୍କୁ ଦିନିକିଆ କ୍ୟାପ ପ୍ରଦାନ କରିଥିଲେ  ନୂଆ ଅଧିନାୟକ ଶୁଭମନ ଗିଲଙ୍କ ଅଧିନାକତ୍ୱରେ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିଛି । ରୋହିତ ଶର୍ମା ଓ କ୍ୟାପ୍ଟେନ୍ ଶୁଭମନ ଗିଲ ଓପନିଂ କରିଛନ୍ତି । ରିପୋର୍ଟ ଲେଖାଯିବ ସୁଦ୍ଧା ୨ ଓଭର ବୋଲିଂରେ ଭାରତର ସ୍କୋର ୧୨ ଥିଲା ।

ରୋ-କୋଙ୍କ ଉପରେ ନଜର- ସର୍ବୋପରି ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କ ନଜର ଦୁଇ ମହାନ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିଛି । ଦୀର୍ଘ ୭ ମାସ ପରେ ବିରାଟ ଓ ରୋହିତଙ୍କୁ ଏକତ୍ର ନୀଳ ଜର୍ସିରେ ଦେଖିବାକୁ ମିଳିଛି । ଉଭୟ ଗତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ୍‌ ହେବା ପରଠୁ ଏକତ୍ର ଖେଳି ନାହାନ୍ତି । କ୍ୟାରିୟର୍‌ର ଶେଷ ପର‌୍ୟ୍ୟାୟରେ ପହଞ୍ଚି ସାରିଥିବା ରୋହିତ ଓ କୋହଲି ଆଗାମୀ ଦିନିକିଆ ବିଶ୍ୱକପ୍‌ (୨୦୨୭) ଖେଳିବାକୁ ଆଶାବାଦୀ ରହିଥିବାରୁ ଏହି ସିରିଜ ଜରିଆରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୫ମ ଭାରତୀୟ ଖେଳାଳି ଭାବେ ୫୦୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି ହିଟ୍‌ମ୍ୟାନ ରୋହିତ ଶର୍ମା । 

ଭାରତୀୟ ଚୂଡାନ୍ତ ଏକାଦଶ- ରୋହିତ ଶର୍ମା, ଶୁଭମନ ଗିଲ୍‌ (ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ । 

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ- ଟ୍ରେଭିସ୍‌ ହେଡ୍‌, ମିଚେଲ ମାର୍ଶ (ଅଧିନାୟକ), ମାଟ ସର୍ଟ, ମାଟ ରେନସ, ଜୋସ ଫିଲିପ, କୁପର କନଲି, ମିଚେଲ ଓଏନ, ମିଚେଲ ଷ୍ଟାର୍କ, ନାଥାନ ଏଲିସ, ମାଟ କୁହ୍ନେମନ, ଜୋସ ହାଜେଲଉଡ ।