ଦୁବାଇ,୨୮/୦୯: ଭାରତ ବନାମ ପାକିସ୍ତାନ ଏସିଆ କପ୍ ୨୦୨୫ ଫାଇନାଲରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ତିନୋଟି ପରିବର୍ତ୍ତନ କରାଯାଇଛି। ଚଳିତ ମ୍ୟାଚ୍ରୁ, ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂହଙ୍କୁ ବାଦ୍ ଦିଆଯାଇଛି। ସେମାନଙ୍କ ସ୍ଥାନରେ ଜସପ୍ରିତ ବୁମରାହ, ଶିବମ ଦୁବେ ଏବଂ ରିଙ୍କୁ ସିଂହଙ୍କୁ ସାମିଲ କରାଯାଇଛି।
ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଶିବମ ଦୁବେ, ରିଙ୍କୁ ସିଂ, ଆକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ
ପାକିସ୍ତାନର ଚୁଡ଼ାନ୍ତ ଏକାଦଶ: ସାହିବଜଦା ଫରହାନ, ଫଖର ଜମାନ, ସଇମ ଆୟୁବ, ସଲମାନ ଆଗା (ଅଧିନାୟକ), ହୁସେନ୍ ତଲତ, ମହମ୍ମଦ ହରିସ୍ (ୱିକେଟ୍ କିପର), ମହମ୍ମଦ ନୱାଜ, ଫହିମ ସଶରଫ, ଶାହିନ ଆଫ୍ରିଦି, ହରିସ ରାଉଫ, ଅବରାର ଅହମ୍ମଦ