ହାଇଦ୍ରାବାଦ,୨୦/୯: ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ୬  ଏକର୍ସ ଠାରେ ଏକ ବିଜ୍ଞାପନର ସୁଟିଂ ସମୟରେ ସାଉଥ  ଷ୍ଟାର ତଥା ଟଲିଉଡ ଅଭିନେତା ଜୁନିଅର ଏନ୍‌ଟିଆର  ଆହତ ହୋଇଛନ୍ତି । ସୁଟିଂ ସମୟରେ ଏକ ପ୍ଲାଟଫର୍ମରୁ ସେ ଖସିପଡିଥିଲେ । ଯାହାଫଳରେ ତାଙ୍କୁ ଗଭୀର ଆଘାତ  ଲାଗିଥିଲା । ଡାକ୍ତରମାନେ ତାଙ୍କୁ  ଚିକିତ୍ସା କରିଥିଲେ । ସେ ବର୍ତ୍ତମାନ ଭଲ ଅଛନ୍ତି ଏବଂ ଧୀରେଧୀରେ ସୁସ୍ଥ ହେଉଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ  ହେବାକୁ ତାଙ୍କୁ କିଛି ସପ୍ତାହ ସମୟ  ଲାଗିବ । ତେଣୁ ଏହି ସମୟରେ ସେ ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ  ଦେଇଛନ୍ତି ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ବର୍ତ୍ତମାନ ବିଶ୍ରାମ ନେଉଥିବା ଜୁନିଅର ଏନ୍‌ଟିଆରଙ୍କ ଟିମ୍‌ ପକ୍ଷରୁ  କୁହାଯାଇଛି । ୪୨ ବର୍ଷୀୟ ଏନ୍‌ଟିଆରଙ୍କୁ ନିକଟରେ ହ୍ରିତିକ ରୋଶନଙ୍କ ସହ ୱାର-୨ରେ ଦେଖିବାକୁ ମିଳିଥିଲା । କିନ୍ତୁ  ଫିଲ୍ମ ଦର୍ଶକଙ୍କ ଲୋକପ୍ରିୟତା ହାସଲ କରିବାରେ ସେଭଳି  ସଫଳ ହୋଇନଥିଲା । ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶିତ ଆଗାମୀ  ଫିଲ୍ମ ଡ୍ରାଗନରେ ତାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର  ସୁଟିଂ ଏବେ ଚାଲିଛି । ଆସନ୍ତାବର୍ଷ ଜୁନ୍‌ରେ ମୁକ୍ତିଲାଭ କରିବ ।