ଫୁଲବାଣୀ, ୨୧/୧୦: ବାତ୍ୟା ମୋନ୍‌ଥାକୁ ନଜରରେ ରଖି  କଳିଙ୍ଗା ଘାଟିରେ ଯାତାୟାତକୁ  ତିନି ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ  ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି  କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ।  ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ  ଏହି କଟକଣା ଲାଗୁ ରହିବ । 

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଘାଟିରେ ଭୂସ୍ଖଳନ ହୋଇ  ରାସ୍ତା ଧୋଇ ଯାଇଥିଲା । ଏହାର  ମରାମତି କାର୍ଯ୍ୟ ଚାଲୁଥିବାରୁ  ଯାତାୟାତ ବନ୍ଦ ରହିଛି । ତେବେ  କିଛି ଅମାନିଆ ଲୋକ କଟକଣା  ନ ମାନି ଯାଆସ କରୁଛନ୍ତି ।  ପାଣିପାଗ ବିଭାଗର ପୂର୍ବାନୁମାନ  ଅନୁସାରେ ଆସନ୍ତା ତିନି ଦିନ  ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ  ସ୍ଥାନରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି । ତେଣୁ  ଧନଜୀବନହାନିକୁ ନଜରରେ  ରଖି ଯାତାୟାତ ସଂପୂର୍ଣ୍ଣ ବନ୍ଦ  ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି । ଏହି ନିର୍ଦ୍ଦେଶକୁ  କଡ଼ାକଡ଼ି ପାଳନ ଦିଗରେ  ଆବଶ୍ୟକ ପଦକ୍ଷେପ ନେବା  ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।