ଭୁବନେଶ୍ୱର,୨୩/୧୧: କାଞ୍ଜି  ଅଁଳା ନବମୀ ଓଷା ଓଡ଼ିଆ ଘରର ଏକ  ମୁଖ୍ୟ ପରମ୍ପରା । ଏହା ମାର୍ଗଶିର ମାସ  କୃଷ୍ଣପକ୍ଷ ନବମୀ ତିଥିରେ ପଡ଼ିଥାଏ ।  ଚଳିତ ବର୍ଷ ରବିବାର ଏହା ପଡୁଛି ।  ଅର୍ଥାତ୍‌ ପ୍ରଥମାଷ୍ଟମୀ ପରଦିନ ଏହି ଓଷା  ଓଡ଼ିଆ ଘରେ ପାଳନ କରାଯାଏ । ଏହି  ଦିନ ଶାଶୂ ବୋହୂକୁ ପ୍ରଣାମ କରେ ।  କାଞ୍ଜି ପ୍ରସ୍ତୁତ କରାଯାଏ । କାଞ୍ଜିରେ ଅଁଳା  ପଡ଼ିଥାଏ । ତେଣୁ ଏହାକୁ କାଞ୍ଜି ଅଁଳା  ନବମୀ କହାଯାଏ । ଏହି ଦିନ ପିତା ଶୁଖୁଆ  ପୂଜା କରାଯାଏ । ୭ଟି ପିତା ଶୁଖୁଆ ନେଇ  ହଳଦୀ ପାଣିରେ ଭଲ ଭାବେ ଧୋଇ  ଦିଆଯାଏ । ହଳଦୀ ରଙ୍ଗ କିମ୍ବା ନାଲି ରଙ୍ଗର  ବସ୍ତ୍ର ଶୁଖୁଆକୁ ପିନ୍ଧା ଯାଇଥାଏ । କଜଳ  ଲଗାଯାଏ । ଅବିବାହିତ ପୁଅ ଯେଉଁମାନଙ୍କୁ  କନ୍ୟା ମିଳୁନାହାନ୍ତି ସେମାନଙ୍କ ଘରେ ଏହି  ଓଷା ହୋଇଥାଏ । ସନ୍ଧ୍ୟା ଗଡ଼ିବା ପରେ  ଏହି ଓଷା ହୋଇଥାଏ । ଘର ଅଗଣାରେ  ଗୋଲାକାର ଖାଲଟିଏ ଖୋଳି ସେଥିରେ  ପାଣି ଭର୍ତ୍ତି କରି ଛୋଟ ମାଛ ଛାଡ଼ନ୍ତି ।  ଏହାକୁ ଓଷା ପୋଖରୀ କୁହାଯାଏ ।  ପୋଖରୀ ଚାରିପଟେ ଧାନ, ଅପମାରଙ୍ଗ  ଓ ସାରୁଗଛ ଲଗାଯାଏ । ପିତ୍ତଳ ଥାଳିରେ  ୭ଟି ପିତା ଶୁଖୁଆ ରଖାଯାଏ । ପୋଖରୀ  ମଧ୍ୟକୁ ଫୁଲ ପକାଯାଏ । କାଞ୍ଜି, ଭାତର  ପ୍ରସାଦ ୬ ପରିବାରକୁ ପ୍ରଦାନ କରାଯାଏ ।