ପାଟନା,୨୪/୧୦: ବିହାର ନିର୍ବାଚନ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନ୍‌ଡିଏ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ କରି ସମସ୍ତିପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି । ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପିଏମ୍‌ ମୋଦି । ଆର୍‌ଜେଡି ଓ କଂଗ୍ରେସକୁ ଟାର୍ଗେଟ କରି ପିଏମ୍‌ ମୋଦି କହିଛନ୍ତି, ମହାମେଣ୍ଟର ଅନେକ ନେତା ଚୋରି ମାମଲାରେ ବେଲ୍‌ରେ ଆସିଛନ୍ତି । ମନେ ପକେଇବାର ଆବଶ୍ୟକତା ନାହିଁ ଯେ, ଏମାନେ ହଜାର ହଜାର କୋଟିର ଦୁର୍ନୀତି କରିଛନ୍ତି । ଆର୍‌ଜେଡି ଓ କଂଗ୍ରେସର ନାମ ଶୁଣିବା ମାତ୍ରେ ନିବେଶକ ଦୌଡି ପଳାନ୍ତି । ବିହାରରେ ସମସ୍ତଙ୍କ ପାଖରେ ଲାଇଟ୍‌ ଅଛି ତେଣୁ ଲଣ୍ଠନର ଆବଶ୍ୟକତା ନାହିଁ । 

ବିଶାଳ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଆର୍‌ଜେଡି ଓ କଂଗ୍ରେସ ନାମ ଶୁଣିଲେ ନିବେଶକ ପଳାନ୍ତି । ସେମାନେ ମିଛ ଚାକିରି ପ୍ରତିଶ୍ରୁତି ଦେଇ ଗରିବଙ୍କ ଜମି ନିଜ ନାମରେ କରି ନେଇଛନ୍ତି । ଏମିତି ଲୋକ ଯୁବଗୋଷ୍ଠୀଙ୍କୁ କେବେ ନିଯୁକ୍ତି ଦେବେ ନାହିଁ ।'' ଏହା ପରେ ଜନତାଙ୍କ ପାଖରେ ମୋବାଇଲ ଫୋନ୍ ଅଛି ନା ନାହିଁ ପଚାରିଥିଲେ ପ୍ରଧାନମନ୍ତ୍ରୀ । ମୋବାଇଲ ଟର୍ଚ୍ଚ ଜଳାଇବାକୁ କହିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଅମଳରେ ଫୋନ୍‌ ବହୁତ ମହଙ୍ଗା ଥିଲା ବିଦେଶରୁ ମଗେଇବାକୁ ପଡୁଥିଲା । କଂଗ୍ରେସ ସମୟରେ ଦେଶରେ ମୋବାଇଲ ବନେଇବା ମାତ୍ର ୨ କମ୍ପାନୀ ଥିଲା । ଏବେ ଦେଶରେ ୨୦୦ରୁ ଅଧିକ କମ୍ପାନୀ ଅଛି । ଭାଜପା ଓ ଏନ୍‌ଡିଏ ସରକାର ପାଇଁ ଆଜି ଡାଟା ବି ଶସ୍ତା ହୋଇଛି । ତେଣୁ ବିହାରରେ ଯୁବଗୋଷ୍ଠୀଙ୍କୁ କଣ୍ଟେନ୍‌ କ୍ରିଏସ୍‌ର ନୂଆ ମାର୍ଗ ମିଳିଛି । ରିଲ୍ସ ପରେ ରିଲ୍ସ ହେଉଛି କ୍ରିଏଟିଭିଟି ଦେଖିବାକୁ ମିଳୁଛି । ବିହାରରେ ସମସ୍ତଙ୍କ ହାତରେ ଲାଇଟ୍‌ ଅଛି ତେଣୁ ଲଣ୍ଠନର ଆବଶ୍ୟକତା ନାହିଁ । 'ଜଙ୍ଗଲ ରାଜ'ର ନେତା କେବଳ ତାଙ୍କ ପୁଅ-ଝିଅଙ୍କ ଭବିଷ୍ୟତ ଗଢିଛନ୍ତି । ବିହାର ଯୁବଗୋଷ୍ଠୀଙ୍କ ଭବିଷ୍ୟତକୁ ଧ୍ୱଂସ କରିଛନ୍ତି । ଏବେ ଗୋଟିଏ ନାରା ଗୁଞ୍ଜରିତ ହେଉଛି, ନୂଆ ଗତିରେ ଦୌଡ଼ିବ ବିହାର...ଯେବେ ପୁଣି ଆସିବ ଏନ୍‌ଡିଏ ସରକାର ।''

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ''ଗତ ଦୁଇ ଦଶନ୍ଧିରେ ଆର୍‌ଜେଡ଼ି କୌଣସି ନିର୍ବାଚନ ଜିତିନାହିଁ । ହେଲେ ତାର ଅହଂକାରରେ ଅଟକି ରହିଛି । ଏହି ଅହଂକାରରେ ଏମାନେ ଜେଏମ୍‌ଏମ୍‌କୁ ବାହର କଲା । କଂଗ୍ରେସ ୩୫ ବର୍ଷ ହେବ ବିହାରରେ ଆର୍‌ଜେଡିକୁ ଅନୁସରଣ କରୁଛି । ଏଥରେ ଆର୍‌ଜେଡି ତାକୁ ପୁଣି ଝଟକା ଦେଇଛି । ଯେବେ ସ୍ୱାର୍ଥ ବସ କରେ ଲୁଟ୍ କରିବା ଲକ୍ଷ୍ୟ ଥାଏ ତାହା ହୋଇଥାଏ ଯାହା ଆର୍‌ଜେଡ଼ି ଓ କଂଗ୍ରେସ କରୁଛନ୍ତି । ଦେଶରେ ଦୁର୍ନୀତି ପରିବାର ମଧ୍ୟରେ କଂଗ୍ରେସ ଗୋଟିଏ । ଆର୍‌ଜେଡି ବିହାରର ଦୁର୍ନୀତିଗସ୍ତ ପରିବାର । ଏପରି ଲୋକଙ୍କ ଉପରେ ଲୋକ କେବେ ବିଶ୍ୱାସ କରିବେ ନାହିଁ ।''

​​​​​​​ସେହିପରି ଜନସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆର୍‌ଜେଡିକୁ ଟାର୍ଗେଟ କରି କହିଛନ୍ତି, ପୂର୍ବରୁ ଯେଉଁ ସରକାର ଥିଲା ସେ ରାଜ୍ୟବାସୀଙ୍କ ପାଇଁ କିଛି କରିନାହିଁ । ମହିଳାଙ୍କ ପାଇଁ, ପୁଅ-ଝିଅଙ୍କ ପାଇଁ କେବେ କିଛି କରିନାହାନ୍ତି ।  ସେ ତାଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ଆମକୁ ଦେଶ କେହି କାହା ପରିବାର ପାଇଁ କିଛି କାମ କରୁନାହାନ୍ତି । ଲାଲୁ, ରାବ୍ରୀ ଦେବୀ ବିହାରର ଉନ୍ନତି ପାଇଁ କିଛି କରିନାହାନ୍ତି ।''

ରହି ରଖୁଛି ଆସନ୍ତା ନଭେମ୍ବର ୬ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୧୪ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ବିହାର ବିଧାନସଭା ନିର୍ବାଚନ ଲାଗି ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହୋଇଛନ୍ତି ।