ଖୋର୍ଦ୍ଧା, ୨।୯(ଆ ପ୍ର): ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରୀ ବଜାର ସ୍ଥିତ ଏକ ଜୁଏଲାରୀ ଦୋକାନରୁ ଲୁଟ୍ ଘଟଣାରେ ପୁଲିସକୁ ସଫଳତା ମିଳିଛି।ଏ ଘଟଣାରେ ଜଙ୍କିଆ ପୁଲିସ ଜଣେ ଗ୍ରାହକ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୯୯୦ ଗ୍ରାମ ସୁନା ଓ ୨୩୬୩ ଗ୍ରାମ ରୂପା ଅଳଙ୍କାର, ନଗଦ ୯ ଲକ୍ଷ ୫୪ ହଜାର ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୁଳି ଓ ଗୋଟିଏ ଭୁଜାଲି ଜବତ କରିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାଞ୍ଚଳ ଡି଼ଆଇଜି ସତ୍ୟଜିତ୍ ନାୟକ ଆୟୋଜିତ ସମ୍ପାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଡ଼ିଆଇଜି ଶ୍ରୀନାୟକଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କୁ ଧରିବାକୁ ଖୋଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲା ପୁଲିସକୁ ନେଇସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ ହୋଇଥିଲା। ସ୍କ୍ବାଡ କଟକ, ନୟାଗଡ଼ ସମେତ ବିଭିନ୍ନ ସ୍ଥାନରେ ଚଢାଉ କର ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେହିପରି ଏ ଘଟଣାରେ ଆଠ ଜଣଙ୍କ ସଂପୃକ୍ତ ଥିବା ବେଳେ ସେମାନଙ୍କ ଗିରଫ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।
ସୂଚନାଯୋଗ୍ୟ ଗତ ୨୪ ତାରିଖ ସ୍ପଷ୍ଟଦିବାଲୋକରେ ଆଠ ଜଣ ଅଭିଯୁକ୍ତ ଜୁଏଲାରୀ ଦୋକାନ ସମ୍ମୁଖରେ ବୋମା ଫୁଟାଇବା ସହ ବନ୍ଧୁକ ମୁନରେ ଜଣଙ୍କୁ ଗୁରୁତର କରିଥିଲେ। ପରବର୍ତ୍ତି ଅବସ୍ଥାରେ ଅଭିଯୁକ୍ତମାନେ ୧୧ କିଲୋ ସୁନା ଓ ଦୁଇ କିଲୋ ରୂପା ଅଳଙ୍କାର ନେଇ ନୂଆ ଜଗନାଥ ସଡକରେ ଚମ୍ପଟ ମାରିଥିଲେ । ଏ ନେଇ ଜୁଏଲାରୀ ଦୋକାନ ପକ୍ଷରୁ ଜଙ୍କିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । I