ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୁରହନପୁର ଜିଲ୍ଲାରେ ପୋଲିସ ଏକ ବର୍ଷ ପୁରୁଣା ଚା଼୍ଚଲ୍ୟକର ମାମଲାର ସମାଧାନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବର ମୁତାବକ, ସ୍ଥାନିୟ ଅଞ୍ଚଳରେ ଥିବା ଖାକନର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମହିଳାଙ୍କ ଶବ ପୋଷ୍ଟମର୍ଟମ ପାଇଁ ଆସିଥିଲା। ଯେଉଁଠି ଅବିଯୁକ୍ତ ବ୍ୟକ୍ତି ଜଣକ ମହିଳାଙ୍କ ମୃତଦେହ ସହ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିବା ସହ ଗିରଫ ମଧ୍ୟ କରିଛି।

ବୁରହନପୁର ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକାରୀ(ASP) ଅନ୍ତର ସିଂହ କନେଶ ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣା ସହ ସମ୍ପର୍କିତ ଏକ ଭିଡିଓ ଅନଲାଇନରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଉକ୍ତ ଡାକ୍ତରଖାନାର ମେଡିକାଲ ଅଫିସର ଡଃ ଆଦ୍ୟା ଦୱାର ଗତ ଅକ୍ଟୋବର ତାରିଖରେ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପ୍ରାଥମିକ ତଦନ୍ତରୁ ଏହି ଘଟଣା ଗତ ବର୍ଷ ୨୦୨୪ ମସିହା ସକାଳ ଟା ୪୫ ମିନିଟ ସମୟରେ ଘଟିଥିବା ଜଣାପଡିଥିଲା। ଏହି ଭିଡିଓରେ ଜଣେ ଲୋକ ମୃତ ମହିଳାଙ୍କ ଶରୀରକୁ ଷ୍ଟ୍ରେଚରରୁ ଡାକ୍ତରଖାନା ଭିତରକୁ ଟାଣି ନେଉଥିବା ଦେଖିବାକୁ ମିଳିଥିଲା।

ଏହି ଅଭିଯୋଗ ଆଧାରରେ ଖାକନର ପୋଲିସ ଆଇପିସି ଧାରା ୨୯୭ ଅଧିନରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାର ଯାଞ୍ଚ କରୁକରୁ ଅଭିଯୁକ୍ତ ଜଣକ ସ୍ଥାନୀୟ ଭୌରଘାଟ ଅଞ୍ଚଳର ୨୫ ବର୍ଷିୟ ନିଲେଶ ଭିଲ୍ଲା ବୋଲି ଜଣାପଡିଥିଲା।

ସୂଚନା ଆଧାରରେ ପୋଲିସ ଅଭିଯୁକ୍ତକୁ ତା ଘରୁ ଗିରଫ କରିଥିଲା। ପୋଲିସ ଏ ଘଟଣା ନେଇ ତାକୁ ପଚରାଉଚରା କରିବା ସମୟରେ ସେ ଏନେଇ କରିଥିବା ସମସ୍ତ ଭୁଲ ମାନିନେଇଥିଲା। ଏହାପରେ ପୋଲିସ ତାକୁ ବୁରହନପୁରରେ ଥିବା ସ୍ଥାନିୟ କୋର୍ଟରେ ହାଜର ମଧ୍ୟ କରାଇଥିଲା। ପୋଷ୍ଟମର୍ଟମ ଗୃହ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା କର୍ମଚାରୀଙ୍କୁ ନେଇ ବର୍ତ୍ତମାନ ଯାଞ୍ଚ ଜାରି ରହିଛି ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।