ହିନ୍ଦୋଳ,୩୦।୪ : କାଜୁ ବଗିଚାକୁ ଯାଇଥିବାବେଳେ ନିଆଁରେ ପୋଡ଼ି ହୋଇ ମହିଳା ମୃତ। ଘରଠାରୁ ୩୦୦ ମିଟର ଦୂରରେ ଥିବା କାଜୁ ବଗିଚାକୁ ଯାଇଥିବା ବେଳେ ଲାଗିଥିବା ନିଆଁରେ ଅସାବଧାନତା କାରଣରୁ ପୋଡି ହୋଇ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିନ୍ଦୋଳ ଥାନା ବଲସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ସ୍ତ୍ରୀ କଦଳୀ ବେହେରା (୬୨) ।

କାଜୁ ବଗିଚାକୁ ଯାଇଥିବା ସମୟରେ କେହି କାଜୁ ବଗିଚାର ଅନ୍ୟ ପାର୍ଶ୍ୱରେ ନିଆଁ ଲଗାଇ ଦେଇଥିଲେ ଫଳରେ ପୁରା ବଗିଚାରେ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା। ନିଆଁ ଧୁଆଁ ରେ ଅଣନିଶ୍ୱାସୀ ହୋଇ କଦଳୀ ବେହେରା ଖସି ପଡିଥିଲେ। ଯାହା ଫଳରେ ନିଆଁ ରେ ସମ୍ପୂର୍ଣ୍ଣ ଭାବେ ପୋଡି ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକ ଦେଖି ସଙ୍ଗେ ସଙ୍ଗେ ନିଆଁ କୁ ଲିଭାଇ କଦଳୀ ଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢନ୍ତୁ : ଟଙ୍କା ପାଇଁ ବ୍ୟାଙ୍କ ଆଗରେ କଙ୍କାଳ ରଖିବା ଘଟଣା : ଜିତୁ ମୁଣ୍ଡାଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା