​​​​​​​ଢେଙ୍କାନାଳ,୨୬।୪ : ଆମ୍ବ ତୋଟାରେ ମହିଳାଙ୍କୁ ପାଦରେ ଦଳି ଚକଟି ମାରିଦେଇଛି ହାତୀ। ଫଳରେ ଆମ୍ବ ତୋଟାରେ ମହିଳାଙ୍କ ମୃତ୍ୟୁ ଘଟିଛି।ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ସଦର ବନାଞ୍ଚଳର ସରଦେଇପୁର ଗ୍ରାମରେ ଘଟିଛି ଏହି ଘଟଣା । ମୃତ ମହିଳା ଜଣଙ୍କ ସରଦେଇପୁର ଗ୍ରାମର ବ୍ରଜବନ୍ଧୁ ସାହୁଙ୍କ ପତ୍ନୀ ଗୀତାଞ୍ଜଳି ସାହୁ ।

ଗୀତାଞ୍ଜଳି ତାଙ୍କ ଘର ପଛପଟେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ମାତ୍ର ତୋଟାରେ ଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଆଯାଇଥିଲେ। ଦନ୍ତା ତାଙ୍କୁ ପାଦରେ ଦଳି ଚକଟି ଦେଇଥିଲା। ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପାଖକୁ ଦୌଡ଼ି ଯାଇ ପାଟି କରିଥିଲେ। ଫଲରେ ହାତୀଟି ପାଖ ଜଙ୍ଗଲକୁ ପଲାଇଯାଇଛି। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଅଂଚଳରେ ହାତୀ ମାନଙ୍କ ଉପଦ୍ରବ ବଢ଼ୁଥିଲେ ମଧ୍ୟ ବନ କର୍ମଚାରୀ ମାନଙ୍କ ଦେଖା ନଥିବାରୁ ଗ୍ରାମବାସୀଙ୍କ ମହରେ ଚାପା ଉତ୍ତ୍ୱେଜନା ପ୍ରକାଶ ପାଇଛି। ଖବର ପାଇ ବହୁ ବିଳମ୍ବରେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।