ପୁରୀ,୦୨/୧୦: ଆସନ୍ତା ୩  ତାରିଖ ଶୁକ୍ରବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଏଥିସହ  ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇ ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ ।

ପଦ୍ମ  ପୁରାଣ ଅନୁସାରେ ଏହି ମାସରେ  ଶ୍ରୀବିଷ୍ଣୁ ହେଉଛନ୍ତି ଦାମୋଦର । ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୁଣ୍ୟ  ମାସ । ରାଧାଙ୍କ ସହ ଶ୍ରୀକୃଷ୍ଣ ତଥା ମାଧବଙ୍କ ଉପାସନା ସର୍ବାଦୃତ । କାହିଁ କେଉଁ କାଳରୁ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତି ଅନୁଷ୍ଠିତ ହୋଇଆସୁଛି ।  ଏଥିସହ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତର ଶୁଭାରମ୍ଭ ହେବ । କାର୍ତ୍ତିକ ହେଉଛି  ଶ୍ରେଷ୍ଠ ଧର୍ମ ମାସ । ଅନେକ ଉକ୍ତ  ଦିନରୁ କାର୍ତ୍ତିକ ହବିଷ ପାଳନ କରୁଥିବା  ସ୍ଥଳେ ଅନ୍ୟମାନେ କାର୍ତ୍ତିକ ମାସ ଆଦ୍ୟ  ଦିବସରୁ ବ୍ରତ ପାଳନ କରିଥାନ୍ତି ।