ଚନ୍ଦ୍ରଶେଖରପୁର,୦୭/୧୦: ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୁଲିସ । ସେ ହେଲେ ଶୁଭମ ପ୍ରଧାନ । ଘର ଗଞ୍ଜାମ ବଡପୁର ହୋଇଥିବା ବେଳେ ସାଲିଆ ସାହି ଲକ୍ଷ୍ମୀ ନଗରରେ ରହୁଥିଲେ । ଅଭିଯୋଗକାରିଣୀ ପୁଷ୍ପଲତା ଚାନ୍ଦ ସାଲିଆ ସାହି ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ରୁହନ୍ତି । ଗତକାଲି ସେ ବଜାରରୁ ଘରକୁ ଫେରୁଥିବା ବେଳେ, ଜଣେ ନାବାଳକ ସଜନା ଗଛରେ ଚଢୁଥିବା ଦେଖି ସେ ବାରଣ କରିଥିଲେ । ଏହାକୁ ଶୁଭମ ବିରୋଧ କରିଥିଲେ । ହଠାତ ଏକ ବ୍ଲେଡ୍ ବାହାର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୁଷ୍ପଲତାଙ୍କ ଭିଣୋଇ ଓ ଅନ୍ୟ ଦୁଇ ଜଣ ଲୋକ ଅଭିଯୁକ୍ତକୁ ଆୟତ୍ତ କରିବାକୁ ପ୍ରୟାସ କରି ଆକ୍ରମଣର ଶିକାର ହୋଇଥିଲେ ।