କଣ୍ଟାମାଳ,୩/୧୦ : ଲଘୁଚାପ ଜନିତ ବର୍ଷାରେ କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତର ମାଣ୍ଡିଆଜୋର- ରେକଡୋଲ ରାସ୍ତାରେ ଥିବା ସମଲେଶ୍ୱରୀ ନାଳ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି  l ଫଳରେ ଘଣ୍ଟାପଡା ଓ କୁଳୁତାଯୋର ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଏହି ରାସ୍ତା ଦେଇ ବଲାଙ୍ଗୀରକୁ ଆମ୍ବଗାଁ ପଂଚାୟତ, ନାରାୟଣ ପ୍ରସାଦ ପଂଚାୟତ, ବରଗାଁ ପଂଚାୟତ ସମେତ ଘଣ୍ଟାପଡା ଜୁନର ୮ଟି ପଂଚାୟତର ଲୋକମାନେ ଯାତାୟାତ କରୁଥିବାବେଳେ ଏବେ ବର୍ତ୍ତମାନ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି l

ର୍ତ୍ତମାନ ଘଣ୍ଟାପଡ଼l ଓ କୁଲତାଜୋର ପଂଚାୟତର ପ୍ରାୟ ୧୦ଖଣ୍ଡ ଗ୍ରାମର ଲୋକଙ୍କ ଯାତାୟାତ ବିଛିନ୍ନ ହୋଇଛି ଆମ୍ବଗାଁ ନଡାବାହାଲି ମଧ୍ୟରେ ନିର୍ମାଣଧୀନ ସେତୁର ବାଏ ପାସ ରାସ୍ତା ବନ୍ୟା ଜଳରେ ଧୋଇଯାଇଥିବାରୁ ଗାଡ଼ି ମୋଟର ସମେତ ଲୋକଙ୍କ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି l କଣ୍ଟାମାଳରୁ ଯାଉଥିବା ଗାଡ଼ି ମୋଟର ଆମ୍ବଗାଁଠାରୁ ଫେରି ଆସୁଛି l ସେହିପରି ଫଟାମୁଣ୍ଡା-ଦେଢ଼େଣମାଲ ମଧ୍ୟରେ ଥିବା ନାଳ ଓ ଆମ୍ବଗାଁ-ଗୁଣୁଚିତରା ମଧ୍ୟରେ ଥିବା ନାଳରେ ବର୍ଷା ଜଳ ପ୍ରବାହିତ ହୋଇ ଯିବା ଆସିବା ବାଧାପ୍ରାପ୍ତ ହୋଇଛି l