ମାଲକାନଗିରି, ୧୩/୯ : ମାଓ ସଙ୍ଗଠନକୁ ଝଟ୍କା। ସଙ୍ଗଠନରୁ ମୁହଁ ଫେରାଉଛନ୍ତି ଜଣଙ୍କ ପରେ ଜଣେ ନକ୍ସଲ। ଦୁର୍ବଳ ହେଉଛି ଲାଲ ବାହିନୀ। ମୁଣ୍ଡ ନୁଆଁଇଲେ ୧ କୋଟି ଟଙ୍କାର ମୁଣ୍ଡ। ଅସ୍ତ୍ର ଛାଡ଼ିଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ସୁଜାତା।
ସୂଚନାନୁଯାୟୀ, ମାଓ ନେତ୍ରୀ ସୁଜାତା ନକ୍ସଲ ସଙ୍ଗଠନର ଦକ୍ଷିଣ ଉପ ଜୋନାଲ କମିଟିର ବ୍ୟୁରୋ ଇନଚାର୍ଜ ରହିଥିଲେ। ପଶ୍ଚିମବଙ୍ଗରେ ନିହତ ହୋଇଥିବା ଟପ୍ ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ହେଉଛନ୍ତି ସୁଜାତା। ସେ ଦୀର୍ଘ ବର୍ଷ ଧରି ଛତିଶଗଡ଼ ବସ୍ତର ଅଞ୍ଚଳରେ ସକ୍ରିୟ ଥିଲେ। ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସୁଜାତା ଏବେ ଅସ୍ତ୍ର ଛାଡ଼ି ବାକି ଜୀବନ କାଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ଏବେ ମୁଖ୍ୟସ୍ରୋତରେ ସାମିଲ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନା ଯୋଗାଇ ଦିଆଯିବ।