ମୁମ୍ବାଇ,୯/୧୦ : କଲ୍ଟ କମେଡ଼ି ଫ୍ରାଞ୍ଚାଇଜ୍ 'ମସ୍ତି' ପୁଣି ଥରେ ଜବରଦସ୍ତ ଅନ୍ଦାଜରେ ଚାରି ଗୁଣ ପାଗଳାମି ସହିତ ଫେରିଛି ମିଲାପ ମିଲାନ ଜଭେରୀଙ୍କ ନିର୍ଦ୍ଦେଶିତ ଏବଂ ଲିଖିତ 'ମସ୍ତି ୪'ର ଚମତ୍କାର ପୋଷ୍ଟର ଫିଲ୍ମର ପ୍ରଯୋଜକ ୱେଭବ୍ୟାଣ୍ଡ ପ୍ରଡକ୍ସନ୍ସ ଦ୍ୱାରା ନିକଟରେ ରିଲିଜ୍ ହୋଇଛି ଯାହା ପ୍ରଶଂସକଙ୍କ ଉତ୍ସାହକୁ ବୃଦ୍ଧି କରିଛି।

ପୋଷ୍ଟରକୁ ଦେଖିବା ମାତ୍ରେ ପ୍ରଥମ ମସ୍ତିର ସ୍ମୃତି ଫେରି ଆସିଛି, ଯାହା ଦୁଷ୍ଟାମି, ହସ, ବନ୍ଧୁତା ଏବଂ ତାରକା-ଖଚିତ ମଜାରେ ପରିପୂର୍ଣ୍ଣ ଥିଲା। ପୁଣି ଥରେ ସେହି ଷ୍ଟାରମାନେ ତଥା ଓଜି ବୟଜ୍ ରିତେଶ ଦେଶମୁଖ, ବିବେକ ଓବେରୟ ଏବଂ ଫତାବ ଶିବଦାସାନୀ ଅର୍ଥାତ୍ ଅମର, ମିତ ଏବଂ ପ୍ରେମ 'ମସ୍ତି ୪'ରେ ଚାରି ଗୁଣା ଅଧିକ ମଜା କରିବାର ପ୍ରତିଶ୍ରୁତି ସ ଫେରିଛନ୍ତି।

ଉଲ୍ଲେଖନୀୟ ଯେ, 'ମସ୍ତି ୪' ଆପଣଙ୍କ ପାଇଁ ନଭେମ୍ବର ୨୧, ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମକୁ ଜୀ ଷ୍ଟୁଡିଓ ଏବଂ ୱେଭବ୍ୟାଣ୍ଡ ପ୍ରଡକ୍ସନ୍ସ ଦ୍ୱାରା ମିଶି ପ୍ରଯୋଜିତ କରାଯାଇଛି ଯେଉଁଥିରେ ମରାଠୀ ଇଣ୍ଟରନ୍ୟାସନାଲ ଏବଂ ବାଲାଜୀ ଟେଲିଫିଲ୍ମସ୍ ସହଭାଗୀତା ରହିଛି । ଏହି ଫିଲ୍ମର ପ୍ରଯୋଜକ ଏ. ଝୁନଝୁନୱାଲା ଏବଂ ଶିଖା କରଣ ହଲୁୱାଲିଆ (ୱେଭବ୍ୟାଣ୍ଡ ପ୍ରଡକ୍ସନ୍ସ), ସହ- ପ୍ରଯୋଜକ ଇନ୍ଦ୍ର କୁମାର ଏବଂ ଅଶୋକ ଠକୋରିୟା(ମରାଠି ଇଣ୍ଟରନ୍ୟାସନାଲ) ଅଟେ ଏବଂ ଏହାସହ ଶୋମା କପୁର ଏବଂ ଏକତା କପୁର( ବାଲାଜୀ ମୋଶନ ପିକଚର୍ସ) ଏବଂ ଉମେଶ ବଂସଲ ମଧ୍ୟ ରହିଛନ୍ତି ।