ନୂଆଦିଲ୍ଲୀ,୩।୯: ଜାତୀୟ ଦଦନ୍ତକାରୀ ଏଜେନ୍ସି (ଏଏନ୍ଆଇ) ଲସ୍କର-ଇ-ତୋଇବାର ପ୍ରକ୍ସି ସଂଗଠନ, ଟିଆରଏଫ୍ ବିରୋଧରେ ତଦନ୍ତ ବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏକାଠି କରିଛି। ଏଏନ୍ଆଇର ଶ୍ରୀନଗରର ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନ୍ରୁ ୪୫୦ ରୁ ଅଧିକ କଣ୍ଟାଣ୍ଟ ଲିଷ୍ଟ ହାସଲ କରିଛି, ଯାହାଦ୍ବାରା ଟିଆରଏଫ୍କୁ ଧନ ଜୁଟାଉଥିବା ବ୍ୟକ୍ତିଙ୍କ ପରିଚୟ ନେଇ ଚିହ୍ନଟ ମିଳିପାରିବ। ଉଲ୍ଲେଖନୀୟ ଯେ, ସଂଗଠନ ୨୨ ଏପ୍ରିଲରେ ହୋଇଥିବା ପହଲଗାମ୍ ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କରିବା ପରେ ଏହାଠାରୁ ପଛକୁ ହଟି ଯାଇଥିଲା।
ଯାଞ୍ଚ ବେଳେ ଏନ୍ଆଇଏକୁ ମାଲେସିଆ ଜରିଆରେ ହଓ୍ବାଲା ମାଗର୍ରୁ ସମ୍ଭାବିତ ବ୍ୟବହାର ନେଇ ଜଣାପଡିଥିଲା। ଫଳରେ ଟିଆରଏଫ୍କୁ ଫଣ୍ଡିଂ କରାଯାଉଥିଲା। ମିଡିଆ ରିପୋର୍ଟ ଅନୁସାରେ, ଯାଞ୍ଚରେ ମାଲେସିଆ ନିବାସୀ ସଜ୍ଜାଦ ଅହମ୍ମଦ ମୀରଙ୍କ ନାଁ ସାମନାକୁ ଆସିଥିଲା। ଆଉ ଜଣେ ସନ୍ଧିଗ୍ଧ,ୟାସିର ହୟାତଙ୍କ ଫୋନ୍ କଲ୍ ଡିଟେଲରୁ ଜଣାପଡିଛି ମୀରଙ୍କ ସମ୍ପର୍କରେ ଥିଲା ଓ ଟଙ୍କାର ବ୍ୟବସ୍ଥା କରୁଥିଲା।
ରିପୋର୍ଟ ଅନୁସାରେ, ହୟାତ ଟିଆରଏଫ୍ ପାଇଁ ଫଣ୍ଡ ଏକାଠି କରିବାକୁ ବହୁମାର ମାଲେସିଆ ଯାତ୍ରା କରିଥିଲା। ହୟାତ ମୀର ସାହାର୍ଯ୍ୟରେ ଟିଆରଏଫ୍ ପାଇଁ ୯ ଲକ୍ଷ ଟଙ୍କା ଏକାଠି କରାଯାଇଥିଲା, ଯାହାକି ସଂଗଠନର ଅନ୍ୟ ଏକ ଅପରେଟିଭ ଶଫାତ ଭାନିଙ୍କୁ ଦିଆଯାଇଥିଲା। ଭାନି ଟିଆରଏଫ୍ର ମୁଖ୍ୟ ଅପରେଟିଭ୍ ଥିଲା ଓ ସଂଗଠନର ଗତିବିଧିକୁ ପରିଚାଳିତ କରୁଥିଲା। ଏହା ମଧ୍ୟ ଜଣାପଡିଛି ଯେ, ଭାନି ମାଲେସିଆରେ ଏକ ବିଶ୍ବବିଦ୍ୟାଳୟରେ ସମ୍ମିଳନୀରେ ଭାଗ ନେବା ବାହାନାରେ ଯାତ୍ରା କରିଥିଲା, ତେବେ ବିଶ୍ବବିଦ୍ୟାଳୟ ଏହି ଯାତ୍ରାକୁ ସ୍ପନସନର କରିନଥିଲା। ଏନ୍ଆଇଏର ଯାଞ୍ଚରୁ ଜଣାପଡିଛି ଯେ ହୟାତ ନା କେବଳ ମୀରଙ୍କ ସମ୍ପର୍କରେ ଥିଲା, ବଂର ସେ ଦୁଇଟି ପାକିସ୍ତାନୀ ନାଗରିକଙ୍କ ଯୋଗାଯୋଗରେ ମଧ୍ୟ ଥିଲା। ତା’ର ମୁଖ୍ୟ କାମ ବିଦେଶୀ ଅପରେଟିଭ୍ଙ୍କ ସହ ସମ୍ପର୍କ ରଖିବା ଓ ଆତଙ୍କୀ ସଂଗଠନ ପାଇଁ ଅର୍ଥ ଏକାଠି କରିବା। ୧୩ ଅଗଷ୍ଟରେ, ଏନଆଇଏ କହିଥିଲା ସେ ବିଦେଶୀ ଫଣ୍ଡିଂ ପାଇଁ ଏକ ଟାର୍ଗେଟର ପତା ଲଗାଇଛି, ଯାହାର ଯାଞ୍ଚ ହେବା ବାକି ରହିଛି।