ଭୁବନେଶ୍ୱର,୦୧/୧୦:  ଦେଶରେ ବଢ଼ିଚାଲିଛି ଅପରାଧ । ଜାତୀୟ ହାର କହୁଛି ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୪୪୯ ଜଣ ଅପରାଧର ଶିକାର ହୋଇ ଥାନାକୁ ଯାଉଛନ୍ତି । ଏ କ୍ଷେତ୍ରରେ ଓଡ଼ିଶା ୧୧ ନମ୍ବର ସ୍ଥାନରେ ରହିଛି । ଓଡ଼ିଶାରେ ପ୍ରତି ଏକ ଲକ୍ଷରେ ମାତ୍ର ୪୬୩ ଜଣ ଅପରାଧର ଶିକାର ହେଉଥିବା ନିକଟରେ ପ୍ରକାଶ ପାଇଥିବା ୨୦୨୩ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  

ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ, ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏଠାରେ ୨୦୨୩ରେ ୭ ଲକ୍ଷ ୯୩ ଲକ୍ଷ ୨୦ଟି ଅପରାଧିକ ମାମଲା ରୁଜୁ ହୋଇଥିଲା । ପ୍ରତି ୧ ଲକ୍ଷ ଲୋକରେ ୨୩ ଶହ ୬୫ ଜଣ ଅପରାଧର ଶିକାର ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ବିହାର । ଏଠାରେ ପ୍ରତି ୧ ଲକ୍ଷରେ ୧୨୭୩ ଜଣ ବିଭିନ୍ନ ଅପରାଧର ଶିକାର ହୋଇଥିଲେ । ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ରହିଛି । ଏଠାରେ ପ୍ରତି ୧ ଲକ୍ଷ ଲୋକରେ ୧୨୬୭ ଜଣ ଅପରାଧର ଶିକାର ହୋଇଥିଲେ । ଚତୁର୍ଥରେ ପଶ୍ଚିମବଙ୍ଗ, ପଞ୍ଚମରେ ମଧ୍ୟପ୍ରଦେଶ, ଷଷ୍ଠରେ ତାମିଲନାଡୁ, ସପ୍ତମରେ ବିହାର, ଅଷ୍ଟମରେ ରାଜସ୍ଥାନ, ନବମରେ ହରିଆଣା, ଦଶମରେ କର୍ଣ୍ଣାଟକ ରହିଛି । ।  ଓଡ଼ିଶା ୧୧ ନମ୍ବର ସ୍ଥାନରେ ରହିଛ । ୨୦୨୩ରେ ରାଜ୍ୟରେ ୧୯ ଲକ୍ଷ ୯୯ ହଜାର ୫୪ଟି ମାମଲା ରୁଜୁ ହୋଇଥିଲା । ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୪୬୩ ଜଣ ଅପରାଧର ଶିକାର ହୋଇଥିଲେ । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୧୮ ଲକ୍ଷ ୪୨ ହଜାର ୯୩ଟି ମାମଲା ରୁଜୁ ହୋଇଥିଲା । ଆନ୍ଧ୍ର ପ୍ରଦେଶରେ ପ୍ରତି ୧ ଲକ୍ଷ ଲୋକରେ ୫୩୨. ୨ ଜଣ ଅପରାଧ ଶିକାର ହୋଉଥିବା ରିପୋର୍ଟ କହୁଛି । ପଶ୍ଚିମବଙ୍ଗରେ ୧୯ ଲକ୍ଷ ୨୭୨ଟି ମାମଲା ରୁଜୁ ହୋଇଥିଲାବେଳେ ସେଠାରେ ପ୍ରତି ୧ ଲକ୍ଷରେ ୯୯୨ ଜଣ ଅପରାଧର ଶିକାର ହୋଇଥିଲେ । ଛତିଶଗଡ଼ରେ ୩୦୨ ଜଣ ଅପରାଧର ଶିକାର ହେଉଛନ୍ତି । ଓଡ଼ିଶାରେ ରୁଜୁ ହେଉଥିବା ଅପରାଧ ମାମଲାରେ ପୁଲିସ୍‌ ୮୦.୬% ଚାର୍ଜସିଟ୍‌ ଦାଖଲ କରିଛି ।  ସୂଚନାଯୋଗ୍ୟ, ୨୦୨୩ ମସିହାର ଏନ୍‌ସିଆରବିର ରିପୋର୍ଟ ୨୦୨୪ରେ ପ୍ରକାଶ ପାଇବା କଥା । ମାତ୍ର ଏହା ୨୦୨୫ ସେପ୍ଟେମ୍ବର ଶେଷରେ ପ୍ରକାଶ ପାଇଛି । ୨୦୨୪ର ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।