ନୂଆଦିଲ୍ଲୀ,୩୧/: ବିହାର ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି ଏନ୍‌ଡିଏ । ଯେଉଁଥିରେ ସମାଜର ସବୁ ବର୍ଗଙ୍କୁ ଫୋକସ୍ କରିଛି ଦଳ । ନିଯୁକ୍ତି, ଶିକ୍ଷା, ମହିଳା ଓ ଚାଷୀଙ୍କୁ ଗୁରୁତ୍ୱ ଦେଇଛି ଦଳ । ୧ କୋଟି ସରକାରୀ ଚାକିରି ଓ ୧ କୋଟି ଲକ୍ଷପତି ଦିଦି, ଚାଷୀଙ୍କ ପାଇଁ ୩୦୦୦ ଟଙ୍କା ପରି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ଏନ୍‌ଡିଏ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୋଟିଏ ସପ୍ତାହ ଥିବା ବେଳେ ବିକଶିତ ବିହାର ପାଇଁ ପ୍ରତିଶ୍ରୁତି ପେଡ଼ି ଖୋଲିଛି ଏନ୍‌ଡିଏ । ବିହାରରେ ପୁଣି କ୍ଷମତାକୁ ଆସିଲେ ପ୍ରତି ଜିଲ୍ଲାରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଛି ।

 

NDA ଘୋଷଣା ପତ୍ରରେ ପ୍ରତିଶ୍ରୁତି
.ଏକ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ 
.ବିହାରରେ ସଡ଼କ ନେଟୱାର୍କ ବିସ୍ତାର ପାଇଁ ନିର୍ମାଣ ହେବ ୭ଟି ଏକ୍ସପ୍ରେସୱେ

. ୫୦ ଲକ୍ଷ ପକ୍କା ଘର, ମାଗଣା ରାସନ, ୧୨୫ ୟୁନିଟ୍  ମାଗଣା ବିଜୁଳି, ସାମାଜିକ ସୁରକ୍ଷା ପେନ୍‌ସନ ।
.କିଷାନ ସମ୍ମାନ ନିଧି ରାଶି ୬ ହଜାରରୁ ୯ ହାଜର ବଢିବ ।
.ସ୍କୁଲରେ ମଧ୍ୟାହ୍ନ ଭୋଜନ ସହ ପୁଷ୍ଟିକର ଖାଦ୍ୟ ।

.ଏନଡିଏ ଇସ୍ତାହାରରେ ଚାଷୀଙ୍କୁ ଗୁରୁତ୍ୱ । ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ ହେବ ।
 .ପ୍ରତି ଜିଲ୍ଲାରେ କାରଖାନା ଏବଂ ଶିଳ୍ପ ପାର୍କ ପ୍ରତିଷ୍ଠା ଯୋଜନା 
.ଏକ କୋଟି ସରକାରୀ ଚାକିରି ଏବଂ ନିଯୁକ୍ତି ପ୍ରତିଶ୍ରୁତି
.ଦରଭଙ୍ଗା ଏବଂ ପୂର୍ଣ୍ଣିଆ ପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଯୋଜନା
.ବିହାରର ୪ଟି ନୂତନ ସହରରେ ମେଟ୍ରୋ ଲାଇନ ନିର୍ମାଣ କରାଯିବ
.ଶିକ୍ଷା ସହର ନିର୍ମାଣ କରାଯିବ । 

.ପ୍ରତି ଜିଲ୍ଲାରେ ଦକ୍ଷତା ବିକାଶ କେନ୍ଦ୍ର
.ଗରିବ ପରିବାରର ଲୋକଙ୍କ ପାଇଁ କେଜି ଠାରୁ ପିଜି ଯାଏ ମାଗଣା ଶିକ୍ଷା ପ୍ରତିଶ୍ରୁତି ।

​​​​​​​ବିହାରକୁ କଳା, ସଂସ୍କୃତି ଏବଂ ସିନେମାର ଏକ ନୂତନ କେନ୍ଦ୍ର କରିବା ପାଇଁ ଯୋଜନା ରହିଛି। ଏଥିରେ ଏକ ଫିଲ୍ମ ସିଟି ଏବଂ ଶାରଦା ସିହ୍ନା କଳା ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହିତ ବିହାର ସ୍କୁଲ ଅଫ୍ ଡ୍ରାମା ଏବଂ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ମଧ୍ୟ ଅନ୍ତର୍ଭୁକ୍ତ । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ତଥା HAM(S) ନେତା ଜିତନ ରାମ ମାଞ୍ଝି, କେନ୍ଦ୍ରମନ୍ତ୍ରୀ ତଥା LJP-ରାମ ବିଳାସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ, RLM ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଏବଂ ଅନ୍ୟମାନେ ମିଳିତ ଭାବରେ NDAର 'ସଂକଳ୍ପ ପତ୍ର' ଉନ୍ମୋଚନ କରି।