ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଅପରାଧୀଙ୍କ ଯୋଜନା ପଣ୍ଡ କଲା ନୀଳଗିରି ପୁଲିସ; ବନ୍ଧୁକ ଜବତ, ୪ ଅପରାଧୀ ଫେରାର

Published By : Harapriya Sethi | June 23, 2025 9:02 AM

ନୀଳଗିରି,୨୩/୦୬ : ଏକ ବଡ଼ ଧରଣର ଅପରାଧ କରିବାକୁ ଚାଲିଥିଲା ଯୋଜନା । ଖବର ପାଇ ସଠିକ ସମୟରେ ପହଞ୍ଚିଲା ନୀଳଗିରି ପୁଲିସ । ବନ୍ଧୁକ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ୪ ଅପରାଧୀ ଫେରାର ହୋଇଯାଇଛନ୍ତି । 

ସୂଚନାରୁ ପ୍ରକାଶ, ନୀଳଗିରି ଥାନା ଅଧୀନ ଔପଦା ବ୍ଲକ ପଞ୍ଚଲିଙ୍ଗେଶ୍ୱର କଲେଜ  ସାମ୍ନା ପଡ଼ିଆରେ ୪ ଜଣ ଯୁବକ  ରବିବାର ଦ୍ୱିପ୍ରହରରେ ବସିଥିଲେ । ତାଙ୍କ ପାଖରେ ବନ୍ଧୁକ ଓ ଗୋଳାବାରୁଦ  ମଧ୍ୟ ଥିଲା । କିଛି ବଡ଼ ଧରଣର ଅପରାଧ ପାଇଁ ଚାଲିଥିଲା ବ୍ଲୁ-ପ୍ରିଣ୍ଟ । ବିଶେଷ ସୂତ୍ରରୁ ଖବର ପାଇଥିଲା ନୀଳଗିରି ପୁଲିସ । ଏସଡିପିଓ ପ୍ରମୋଦ  କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ନୀଳଗିରି  ଆଇଆଇସି ଗୋବର୍ଦ୍ଧନ ନାୟକ ଏକ ଟିମ୍‌ ନେଇ ଅଚାନକ ଚଢ଼ଉ କରିଥିଲେ । ହେଲେ ୪ଜଣ ଯୁବକ ବନ୍ଧୁକର ଗୁଳିଗୁଡ଼ିକ ଧରିଥିବା ବେଳେ  ତାହାକୁ ନେଇ ପାହାଡ଼ ଆଡ଼କୁ ଦୌଡ଼ି ପଳାଇଥିଲେ । ହେଲେ ପଡ଼ିଆରେ ବନ୍ଧୁକ ଛାଡ଼ି ଦେଇଯାଇଥିଲେ ।  ଆଇଆଇସି ଅପରାଧୀମାନଙ୍କର ପିଛା କରିଥିଲେ ମଧ୍ୟ ସେମାନେ ଦେବଗିରି  ପାହାଡ଼ରେ କୁଆଡ଼େ ଫେରାର ହୋଇଯାଇଥିଲେ । ଏନେଇ ନୀଳଗିରି  ଥାନାରେ ୨୫ ଆର୍ମସ ଆକ୍ଟରେ ୨୩୧  ନଂ ମାମଲା ୪ ଜଣ ଅଜଣା ଯୁବକଙ୍କ  ନାମରେ ରୁଜୁ ହୋଇଛି । ତେବେ  ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ହନୁମାନ  ପଇସା ଠାରୁ ଆରମ୍ଭ କରି ହାତୀଦାନ୍ତ  ବେପାରୀମାନେ ସକ୍ରିୟ ହେବା ସହିତ  ଛିନ୍‌ତାଇ, ଡକାୟତି, ନିଶା ବେପାରୀଙ୍କ  ଚରାଭୂଇଁ ପାଲଟିଥିବା ବେଳେ ରବିବାର  ପୁଣି ବନ୍ଧୁକ ଜବତ ଓ ଅପରାଧୀ  ଫେରାର ଘଟଣା ଏକ ବଡ଼ ଧରଣର  ଅପରାଧକୁ ନୀଳଗିରି ପାଲିସ ପଣ୍ଡ  କରିଥିବା ଜଣାପଡ଼ିଛି । ତେବେ ଏହି  ମାମଲାକୁ ପୁଲିସ ଗୁରୁତର ସହ  ନେଇ ତଦନ୍ତ କରୁଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.