ନୂଆଦିଲ୍ଲୀ, ୦୮/୧୦: ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ରସାୟନ ବିଜ୍ଞାନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତିନି ଜଣଙ୍କୁ ମିଳିବ ନୋବେଲ୍ ପୁରସ୍କାର । ଏନେଇ ନୋବେଲ କମିଟି ତିନି ବୈଜ୍ଞାନିକଙ୍କ ନାଁ ଘୋଷଣା କରିଛି । ସେମାନେ ହେଲେ କ୍ବିଟୋ ବିଶ୍ବବିଦ୍ୟାଳୟ, ଜାପାନର ସୁସୁମୁ କିଟାଗାଓ୍ବା, ମେଲବର୍ଣ୍ଣ ବିଶ୍ବବିଦ୍ୟାଳୟର, ଅଷ୍ଟ୍ରେଲିଆର ରିଚାର୍ଡ ରବସନ ଏବଂ କାର୍ଲିଫର୍ଣ୍ଣିଆ ୟୁନିଭରସିଟିର ଓମାର ଏମ୍ ୟାଘି ।   ​​​​​​​

​​​​​​​ସ୍ୱୀଡେନର ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି । ଧାତୁ-କାର୍ବନିକ୍ ଢାଞ୍ଚାର ବିକାଶ ବା ମେଟାଲ୍ ଅର୍ଗାନିକ୍ ଫ୍ରେମୱାର୍କକୁ (ଏମଓଏଫ୍) ପାଇଁ ତିନି ବୈଜ୍ଞାନିକଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିବ । ବଡ଼ ଖାଲି ସ୍ଥାନ ଥିବା ପରମାଣୁ ତିଆରି କରିଛନ୍ତି, ଯାହା ମଧ୍ୟ ଦେଇ ଗ୍ୟାସ ଏବଂ ଅନ୍ୟାନ୍ୟ ରସାୟନିକ ପଦାର୍ଥଗୁଡ଼ିକ ସହଜରେ ଯାଇପାରିବେ । ଏହି ଗଠନଗୁଡ଼ିକୁ ମେଟାଲ୍ ଅର୍ଗାନିକ୍ ପ୍ରେମୱାର୍କ (MOF) କୁହାଯାଏ । ଏଥିରେ ଏପରି କ୍ରିଷ୍ଟଲ (ସ୍ପଟିକ) ହୁଏ, ଯେଉଁଥିରେ ବଡ଼ ଖାଲି ସ୍ଥାନ ରହିଥାଏ ।