ଭୁବନେଶ୍ୱର,୬।୧୦: ନୂଆପଡ଼ା ବିଧାନସଭା ଉପନିର୍ବାଚନ  ତାରିଖ ମୁଖ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନଭେମ୍ବର ୧୧ ତାରିଖରେ ହେବ ମତଦାନ ।  ନଭେମ୍ବର ୧୪ ତାରିଖରେ ଭୋଟ ଗଣତି  କରାଯିବ।  ତାରିଖ ଘୋଷଣା ସହ  ନୂଆପଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ଆସନ୍ତା ୧୩ରେ ନୂଆପଡ଼ା ଉପନିର୍ବାଚନ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।  ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି। ଏହା ପରେ ନଭେମ୍ବର ୧୧ରେ ମତଦାନ ଏବଂ ନଭେମ୍ବର ୧୪ରେ ଭୋଟ୍ ଗଣତି ରହିଛି। ନଭେମ୍ବର ୧୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏଥର ମୋଟ ୧ ଲକ୍ଷ୍ ୨୨ ହଜାର ୧୦୩ ପୁରୁଷ ଏବଂ ୧ ଲକ୍ଷ୍ ୨୬ ହଜାର ୧୩୨ ମହିଳା ଭୋଟର ଦେବେ୪ ହଜାର ଭିନ୍ନକ୍ଷମ ଏବଂ ୨୦୦୭ ବୟସ୍କ ଭୋଟରଙ୍କ ତାଲିକା ପ୍ରକାଶ ପାଇଛିମୋବାଇଲ ରଖି ଭୋଟ ଦେବେ ଭୋଟର ବୁଥ ଭିତରକୁ ମୋବାଇଲ ନେଇପାରିବେନି ଏଜେଣ୍ଟରିଅଲ ଟାଇମ୍ ସିଷ୍ଟମରେ ୱେବ୍ କ୍ୟାଷ୍ଟିଂ କରାଯିବ୧୯୫୦ ଭୋଟର ହେଲ୍ପ ଲାଇନ ନମ୍ବର କାର୍ଯ୍ୟକାରୀ ହେବସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବପ୍ରତି ପୋଲିଂ ଷ୍ଟେସନରେ ସମସ୍ତ ବ୍ୟବସ୍ଥା କରାଯିବବୟସ୍କଙ୍କ ପାଇଁ ଘରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯିବ।  ସମସ୍ତ ପ୍ରାର୍ଥୀ ଏବଂ ତାଙ୍କର ରାଜନୈତିକ ଦଳ ପ୍ରାର୍ଥୀଙ୍କ ଅପରାଧିକ ମାମଲାକୁ ଥର ସୂଚନା ପ୍ରକାଶ କରିବାକୁ ପଡ଼ିବ ମୋଟ ୩୫୮ ଟି ମତଦାନ କେନ୍ଦ୍ର ରହିବ ପ୍ରତି କେନ୍ଦ୍ରରେ ସର୍ବାଧିକ ୧୨ ସହ ଭୋଟର ଭୋଟ ଦେଇପାରିବେ​​​​​​​ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥ ଗୋପାଳନ ଏନେଇ ସୂଚନା ଦେଇଛନ୍ତି

ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ପରେ ଏହି ଉପନିର୍ବାଚନ ହେଉଛି। ଢୋଲକିଆ ୨୦୨୪ ବିଧାନସଭା ନିର୍ବାଚନରେ ନୂଆପଡ଼ା କ୍ଷେତ୍ରରୁ ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ । ସେ ଏହି କ୍ଷେତ୍ରରୁ ଚାରି ଥର ବିଧାୟକ ହୋଇଥିଲେ। ୨୦୨୫ ସେପ୍ଟେମ୍ବର ୮ରେ ତାଙ୍କର ମୃତ୍ୟୁ ଘଟିଥିଲା।