ଭୁବନେଶ୍ବର, ୬।୧୧ : ଓଡିଶା ସିଭିଲ ସର୍ଭିସ (ଓସିଏସ) ପ୍ରିଲିମିନାରି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷା ହେବାର ମାତ୍ର ୨୪ ଦିନ ମଧ୍ୟରେ ଏହା ଫଳାପଳ ପ୍ରକାଶ କରି ଓଡିଶା ଲୋକ ସେବା ଆୟୋଗ ରେକର୍ଡ କରିଛି। ଅକ୍ଟୋବର ୧୨ ତାରିଖରେ ଓସିଏସ ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀ ଓପିଏସସି ଓ୍ବେବସାଇଟରେ ପରୀକ୍ଷା ରେଜଲ୍ଟ ଜାଣିପାରିବେ ବୋଲି ଓପିଏସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୪୦୫ ଜଣ ପରୀକ୍ଷାର୍ଥୀ ମେନ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୮୧ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି।