ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓମାର ଅବଦୁଲ୍ଲାଙ୍କ ବିସ୍ପୋରକ ବୟାନ, କହିଲେ ନୀତିଶ କୁମାର କାହିଁକି ଛାଡିଲେ ଇଣ୍ଡି ମେଣ୍ଟ...!

Published By : Bijay Swain | December 14, 2024 10:52 PM

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କ ବିସ୍ପୋରକ ବୟାନ। କହିଲେ ଇଣ୍ଡି ମେଣ୍ଟର ଭୁଲ ନିଷ୍ପତ୍ତୀ ଯୋଗୁଁ ନୀତିଶ କୁମାର ଆଜି ଇଣ୍ଡି ବ୍ଲକରେ ନରହି ଏନଡିଏ ସହ ହାତ ମିଶେଇଛନ୍ତି। ନିକଟରେ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କିଛି ଏହିଭଳି କହିଛନ୍ତି। ଏହା ସହ ବହୁ ଜଲଦି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ବୋଲି ମଧ୍ୟ ସେ ଆଶା ବ୍ୟକ୍ତ କରିଛନ୍ତି। 

ଏହି ସାକ୍ଷାତକାରରେ ଇଣ୍ଡି ମେଣ୍ଟର ମଙ୍ଗ କିଏ ଧରିବେ ବୋଲି ଓମାର ଅବଦୁଲ୍ଲାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଏଥିରେ ଓମାର କହିଥିଲେ ଏହି ନିଷ୍ପତ୍ତି ଦଳର ମିଳିତ ବୈଠକରେ ନିଆଯିବ। ଏହା ପୂର୍ବରୁ ଆମେ ନୀତିଶ କୁମାରଙ୍କୁ ଇଣ୍ଡି ମେଣ୍ଟର ମଙ୍ଗ ଧରେଇବାକୁ ଭାବୁଥିଲୁ। କିନ୍ତୁ ଏହି ନିଷ୍ପତି ଦଳର କେତେଜଣଙ୍କୁ ପସନ୍ଦ ନଥିଲା। ତେଣୁ ସେ ଦଳ ଛାଡି ଏନଡିଏ ସହ ମିଶିଗଲେ। ଯଦି ଏହି ନିଷ୍ପତି ଉପରେ ସେତେବେଳେ ମୋହର ମରାଯାଇଥାନ୍ତା ତେବେ ନୀତିଶ କୁମାର ଆଜି ଇଣ୍ଡି ମେଣ୍ଟରେ ଥାନ୍ତେ ବୋଲି ଓମାର କହିଥିଲେ। 

ଜମ୍ମୁ କାଶ୍ମୀର ବିବାଦକୁ ନେଇ ଭାରତକୁ ପାକିସ୍ତାନ ସହ କଥା ହବାର ଆବଶ୍ୟକତା ରହିଛି ବୋଲି ଓମାର କହିଛନ୍ତି। ଏହାର ଦାୟିତ୍ତ୍ୱ କେବଳ ଆମ ଦେଶ ଉପରେ ନାହିଁ ଆମ ପଡୋଶୀ ଦେଶ ଉପରେ ଆମଠୁ ଅଧିକା ଦାୟିତ୍ତ୍ୱ ରହିଛି। ଏଣୁ ପାକିସ୍ତାନକୁ ମଧ୍ୟ ଏହାକୁ ନେଇ କିଛି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

ଏହି ପରିପ୍ରେକ୍ଷିରେ ଓମାର ବାଜପେୟୀଙ୍କ ଉଦାହରଣ ଦେଇଥିଲେ। ବାଜପେୟୀ କହିଥିଲେ ଆମେ ସାଙ୍ଗ ବଦଳେଇ ପାରିବା କିନ୍ତୁ ପଡୋଶୀଙ୍କୁ ନୁହେଁ। ଏଣୁ  ଜମ୍ମୁ କାଶ୍ମୀରର ଯେଉଁ ଅଂଶ ପାକିସ୍ତାନ ପାଖରେ ରହିଛି ତାହାକୁ ଆଣିବାକୁ ଭାରତ ସରକାର କଣ କରୁଛନ୍ତି। ସଂସଦ ସରକାରଙ୍କୁ କହୁଛି ପାକିସ୍ତାନଠୁ ଜମ୍ମୁ କାଶ୍ମୀରକୁ ଅଲଗା କରାଯାଉ। ଏହା କେବଳ କଥାବାର୍ତ୍ତା ଦ୍ୱାରା ସମ୍ଭବ ଯୁଦ୍ଧ ଦ୍ୱାରା ନୁହେଁ ବୋଲି ଓମାର କହିଥିଲେ। 

କାଶ୍ମୀର ପଣ୍ଡିତ ମାନଙ୍କ ସମ୍ପର୍କରେ ପଚାରିବାରୁ ସେମାନେ କାଶ୍ମୀର ଫେରନ୍ତୁ। କିନ୍ତୁ ସେମାନଙ୍କୁ କାଶ୍ମୀର ଫେରିବା ପାଇଁ ବାଧ୍ୟ ନକରାଯାଉ ବୋଲି ଓମାର କହିଥିଲେ। କାଶ୍ମୀର ପଣ୍ଡିତ ଜମ୍ମୁ ସହ ଦେଶର ଅନ୍ୟାନ୍ୟ ଜାଗାରେ ରହିଲେ କିନ୍ତୁ କାଶ୍ମୀର ଛାଡିଦେଲେ କାରଣ କାଶ୍ମୀରରେ ସେମାନଙ୍କୁ ସେନ୍ସ ଅଫ ସିକ୍ୟୁରିଟି ମିଳିଲା ନାହିଁ। ଯେଉଁ ଯାଏ କାଶ୍ମୀରରେ ପଣ୍ଡିତ ମାନଙ୍କୁ ସେନ୍ସ ଅଫ ସିକ୍ୟୁରିଟି ଫେରାଇ ଦିଆ ନଯାଇଛି ସେଯାଏ ସେମାନେ କାଶ୍ମୀର ଫେରିବାକୁ ଡରିବେ ବୋଲି ସେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.