ଚମ୍ପୁଆ,୨୯/୧୦ : ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଛେଳି ଚାରାଇବାକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ସକାଳେ ଗ୍ରାମ ଜଙ୍ଗଲକୁ ନିରାଶ ମୁଣ୍ଡା(୫୦) ନିଜ ନାତି ଓ ସମ୍ପର୍କୀୟ ଦିଅରଙ୍କ ସହ ଛେଳି ଚରାଇବାକୁ ଯାଇଥିବାବେଳେ ତିନି ଜଣ ଯାକ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।
ନାତି ଓ ଦିଅର ସେଠାରୁ ଦୌଡ଼ି ପଳାଇଥିବାବେଳେ ନିରାଶ ଦୌଡ଼ିବାବେଳେ ଝୁଣ୍ଟି ହୋଇ ପଡ଼ି ଯାଇଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ନିରାଶଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।