ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ଭିଡିଓ ପୁଣି ଥରେ ଭାଇରାଲ ହୋଇଛି । ପୁଟିନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ସରିଫ ତାଙ୍କ ଇୟରଫୋନକୁ ଠିକ୍ ଭାବରେ ଲଗାଇ ପାରିନଥିଲେ। ମଙ୍ଗଳବାର ଦିନ ବେଜିଂରେ ପୁଟିନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ଏହି ଘଟଣା ଘଟିଥିଲା। ସରିଫଙ୍କୁ ଇୟରଫୋନ୍ କିପରି ପିନ୍ଧିବେ ତାହା ବୁଝାଇବାକୁ ଚେଷ୍ଟା କରିଥିଲେ ପୁଟିନ । ଏହି ସମୟରେ ତାଙ୍କୁ ହସୁଥିବାର ମଧ୍ୟ ଦେଖାଯାଇଥିଲା ।

ଏହାଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଶାହବାଜ ସରିଫଙ୍କ କାନରୁ ଅନୁବାଦ ଇୟରଫୋନଗୁଡ଼ିକ ବାରମ୍ବାର ଖସି ପଡୁଛି, ସେ ସେଗୁଡ଼ିକୁ ପିନ୍ଧି ପାରୁନଥିବା ଦେଖିବାକୁ ମିଳିଛି । ଏହା ପରେ ପୁଟିନ ତାଙ୍କ ହେଡସେଟ୍ ଉଠାଇ ଏହାକୁ କିପରି ପିନ୍ଧିବେ ତାହା ଦେଖାଇବାକୁ ଚେଷ୍ଟା କରିଥିଲେ ତେବେ ଶାହବାଜ ସରିଫ ଏହି ଭୁଲ ପ୍ରଥମ ଥର ନଥିଲା । ପୂର୍ବରୁ ପୁଟିନଙ୍କ ସାମ୍ନାରେ ଇୟରଫୋନ୍ ପିନ୍ଧିବାରେ ଭୁଲ କରିଥିଲେ ଶାହବାଜ ।

ତିନି ବର୍ଷ ପୂର୍ବରୁ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ସମାନ ଘଟଣା ଘଟିଥିଲା । ୨୦୨୨ ମସିହାରେ ଉଜବେକିସ୍ତାନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ସରିଫ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରୁଥିଲେ। ଏହି ସମୟରେ ତାଙ୍କୁ ତାଙ୍କର ଇୟରଫୋନ୍ ସଜାଡ଼ିବାରେ ଅସୁବିଧା ହୋଇଥିଲା। ଆଲୋଚନା ଆରମ୍ଭ ହେବା ପରେ ତାଙ୍କ ହେଡଫୋନ୍ ବାରମ୍ବାର ଖସି ପଡୁଥିଲା । ଯଦିଓ ଏହାକୁ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସମସ୍ୟା କିଛି ସମୟ ପାଇଁ ଲାଗି ରହିଥିଲା ଶାହବାଜଙ୍କୁ ଦେଖି ପୁଟିନ ହସିଥିଲେ ।  

ଚଳିତ ବର୍ଷ ତିଆନଜିନରେ ହୋଇଥିବା ଏସସିଓ ସମ୍ମିଳନୀରେ ପୁଟିନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ସରିଫ ତାଙ୍କ ସହିତ ହାତ ମିଳାଇବାକୁ ମଧ୍ୟ ଉତ୍ସାହିତ ଥିଲେ ଶାହବାଜ । ଅଗଷ୍ଟ ୩୧ରେ ଏସସିଓ ଶିଖର ସମ୍ମିଳନୀରେ ଏକ ଆନୁଷ୍ଠାନିକ ଫଟୋ ସେସନ୍ ପରେ ପୁଟିନ ଏବଂ ଜିନପିଙ୍ଗ ଏକାଠି ଯାଉଥିଲେ ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆଗକୁ ଆସି ପୁଟିନଙ୍କ ଆଡକୁ ହାତ ବଢ଼ାଇଥିଲେ। ଜିନପିଙ୍ଗ ଏହାକୁ ଅଣଦେଖା କରିଥିଲେ କିନ୍ତୁ ପରେ ପୁଟିନ ଫେରି ଆସି ସରିଫଙ୍କ ସହ ହାତ ମିଳାଇଥିଲେ ।