ଭୁବନେଶ୍ବର, ୦୭/୧୧: ପୁଲିସ ଏସଆଇ ପରୀକ୍ଷା ସ୍କାମ୍ । କେଳେଙ୍କାରୀ ନେଇ ଏସଆଇଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁକ୍ରବାର ମିଟିଂରେ କେବଳ ଓଡ଼ିଶା ସଂକ୍ରାନ୍ତରେ ଆଲୋଚନା ହୋଇଛି । ଏହି ବୈଠକରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀଙ୍କ ସମେତ ଇଡି ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଯୋଗ ଦେଇଥିଲେ । ନିକଟ ଅତୀତରେ ରାଜ୍ୟରେ ଘଟିଥିବା କେତେକ ନିର୍ଦ୍ଧିଷ୍ଟ ଘଟଣାକୁ ନେଇ ଆଜି ପୁଲିସ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ଆସନ୍ତା ୯ ତାରିଖରେ ଏସଆଇଟିର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ । ମାର୍ଚ୍ଚ ସୁଦ୍ଧା ଜଷ୍ଟିସ ପଶାୟତ ସୁପ୍ରିମ କୋର୍ଟରେ ୯ମ ଅନ୍ତରିଣ ରିପୋର୍ଟ ଦାଖଲ କରିବେ।