ମାଲକାନଗିରି,୩୧/୧୦ : ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ଓ ହଜିଯାଇଥିବା ୧୧ଟି ମୋବାଇଲ ଫୋନକୁ ମାଲକାନଗିରି ସାଇବର ପୋର୍ଟାଲ ମାଧ୍ୟମରେ ଠାବ କରାଯାଇଛି । ସେ ମୋବାଇଲ ଫୋନ ଗୁଡ଼ିକୁ ପୁଲିସ ଉଦ୍ଧାର କରିବା ପରେ ଠିକ୍ ମାଲିକଙ୍କୁ ପ୍ରଦାନ କରାଯାଇଛି ।
ଆଜି ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ମାଲକାନଗିରି ଆଦର୍ଶ ଥାନା ପରିସର ସ୍ୱତନ୍ତ୍ର କାଯ୍ୟକ୍ରମରେ ଉଦ୍ଧାର ମୋବାଇଲ ଫୋନ ଗୁଡ଼ିକୁ ମୋବାଇଲର ଉପଯୁକ୍ତ ମାଲିକଙ୍କୁ ଡକାଯାଇ ହସ୍ତାନ୍ତର କରାଯାଇଛି । ହଜି ଯାଇଥିବା ମୋବାଇଲ ଫେରି ପାଇଥିବାରୁ ମୋବାଇଲ ଫୋନ୍ ମାଲିକଙ୍କ ମନରେ ପୁଲିସ ସାଇବର ସୁରକ୍ଷା ଓ ପୁଲିସକୁ ପ୍ରଶଂସା କରିଛନ୍ତି ।