ଢେଙ୍କାନାଳ,୧୮/୧୦ : ଦିପାବଳୀ ପୂର୍ବରୁ ଅଘଟଣ। ବାଣ ବିସ୍ଫୋରଣରେ ଦୁଇ ଗୁରୁତର ହୋଇଛନ୍ତି । ସମ୍ପର୍କୀୟ ଦାଦା ପୁତୁରା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବାଣ ଫୁଟାଉଥିବାବେଳେ ଅସାବଧାନତା ବସତଃ ଏକାଧିକ ବାଣ ବିସ୍ଫୋରଣ ହୋଇଥିଲା।

ଯେଉଁଥିରେ ୩୩ବର୍ଷୀୟ ଦାଦା ବିଜୟ ଖୁଣ୍ଟିଆ ଓ ୧୨ବର୍ଷୀୟ ପୁତୁରା ଋତୁରାଜ ଖୁଣ୍ଟିଆ ଗୁରୁତର ହୋଇଛନ୍ତି। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।