ନୂଆଦିଲ୍ଲୀ,୨୨/୧୦: ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଏକ ଅଘଟଣ ଘଟିଛି । ହେଲିପ୍ୟାଡ୍‌ରେ ଫସିଗଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚପର୍‌ । କେରଳ ଗସ୍ତରେ ଯାଇଥିବା ବେଳେ ହେଲିପ୍ୟାଡରେ ଫସି ଯାଇଥିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର । ପଥନାମଥିତ୍ତର ପ୍ରମଦମରେ ଲ୍ୟାଣ୍ଡିଂ କରିବା ପରେ ନୂଆ କରି ତିଆରି ହୋଇଥିବା କଂକ୍ରିଟ୍‌ ହେଲିପ୍ୟାଡ୍‌ରେ ଫସିଯାଇଥିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର । କଂକ୍ରିଟ୍‌ ହେଲିପ୍ୟାଡ୍‌ରୁ ଚପ୍‌ରକୁ ପୁଲିସ୍‌ ଓ ଅଗ୍ନିଶମ ଟିମ୍‌ ବାହର କରିଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳ ଗସ୍ତରେ ଅଛନ୍ତି । ଆଜି ତାଙ୍କ ଉପରୁ ଏକ ବଡ଼ ଟଳିଯାଇଛି । କେରଳର ପ୍ରମଦମ ଷ୍ଟାଡିୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯାଉଥିବା ହେଲିକପ୍ଟର ସଦ୍ୟ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଯାଇଥିଲା । ଚପର ଚକ ଦବି ଯାଇଥିଲା । ଫଳରେ ତାକୁ ଉଠାଇବା କଷ୍ଟକର ହୋଇଥିଲା । ପୁଲିସ୍ ଓ ଏୟାରଫୋର୍ସ ଅଧିକାରୀମାନେ ଚପର୍‌କୁ ଠେଲି ଠେଲି ବାହାର କରିଥିଲେ । ହେଲିକପ୍ଟର ପ୍ରଥମେ ନୀଳାକ୍କାଲ୍‌ରେ ଲ୍ୟାଣ୍ଡିଂ କରିବାର ଥିଲା । ମାତ୍ର ଖରାପ ପାଗ ପାଇଁ ପ୍ଲାନରେ ପରିବର୍ତ୍ତନ କରାଯାଇଥିଲା । ଏହି ସମୟର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି କିପରି ହେଲିକପ୍ଟରକୁ ବାହାର କରାଯାଉଛି ।​​​​​​​