କଟକ ୦୨/୧୦: ପ୍ରେକ୍ଷାଳୟକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରାମରାଜ୍ୟ’ । ଏହା ଦୁଇ ବର୍ଷ ତଳେ ଦୁର୍ଗାପୂଜାରେ ମୁକ୍ତିଲାଭ କରିଥିବା ଆକ୍ସନଧର୍ମୀ ସିନେମା ‘କଟକ  : ଶେଷରୁ ଆରମ୍ଭ’ର ଦ୍ୱିତୀୟ ଭାଗ । ଅନିଶ୍‌ମିସ୍‌ ପ୍ରଡକ୍ସନ ବ୍ୟାନରରେ ବର୍ତ୍ତମାନ ‘ରାମରାଜ୍ୟ’ର ସୁଟିଂ  ଖୁବ୍‌ ଜୋର୍‌ସୋର୍‌ରେ ଚାଲିଛି । ଫିଲ୍ମର ମୁଖ୍ୟ ନାୟିକା ଚରିତ୍ର ନିର୍ବାହ କରିବା ସହିତ ସହ-ପ୍ରଯୋଜିକା ଦାୟିତ୍ୱ ତୁଲାଉଛନ୍ତି ପୁନମ୍‌ ମିଶ୍ର । ପୁନମ୍‌ଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ଅଭିଷେକ ପଣ୍ଡା । ପ୍ରୀତମ ସାହୁ ଏ ଫିଲ୍ମର ପ୍ରଯୋଜକ। ଫିଲ୍ମର  ନିର୍ଦ୍ଦେଶନା ଦେଉଛନ୍ତି ସୁଧାଂଶୁ ମୋହନ ସାହୁ ।

‘ରାମରାଜ୍ୟ’ରେ ସଂଯୋଜିତ ହୋଇଛି ଚାରିଟି ଗୀତ ଓ ଏଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଅର୍ସାଦ ନିଜାମ୍‌ । ଅଭିଷେକ ଓ ପୁନମ୍‌ଙ୍କ ବ୍ୟତୀତ ପ୍ରେମ୍ ପରିଜା, କନିକା ମାନ୍‌, ରୋହିତ ରାୟ, ଚୌଧୁରୀ  ଜୟପ୍ରକାଶ ଦାସ, ଶୁଭ୍ରାଂଶୁ, ଜ୍ୟୋତି ମିଶ୍ର, ଉଷସୀ  ମିଶ୍ର, ରାନୀ ପଣ୍ଡା, ଜିତୁ ରାଉତ ଓ ବିଭାସ ଭିନ୍ନ ଭିନ୍ନ  ଚରିତ୍ରରେ ନଜର ଆସିବେ । କଟକ, ଭୁବନେଶ୍ୱରର  ବିଭିନ୍ନ ଆକର୍ଷଣୀୟ ଲୋକେସନ୍‌ରେ ଏ ଫିଲ୍ମର  ସୁଟିଂ ଚାଲିଛି । ବେଶ୍‌ କିଛି ବର୍ଷ ପରେ ଓଲିଉଡର  ଦୁଇ ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ର ଓ ଉଷସୀ  ମିଶ୍ର ଏକାଠି ‘ରାମରାଜ୍ୟ’ରେ ଅଭିନୟ କରୁଥିବାରୁ  ଦର୍ଶକୀୟ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।