ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସଡକ ସୁରକ୍ଷା ମାସରେ ଗଲାଣି ୮ ଜୀବନ; ପାଦେ ପାଦେ ବିପଦ,ଘରକୁ ସୁରକ୍ଷିତ ଫେରିବା ସ୍ବପ୍ନ

Published By : Ankita S | January 19, 2025 1:19 PM

ଭୁବନେଶ୍ବର,୧୯/୧: ରାଜ୍ୟରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଅସମୟରେ ଜୀବନ ଦୀପ ଲିଭି ଯାଉଛି । ସଡ଼କ ସୁରକ୍ଷା ମାସ ପାଳନ ହେଉଛି, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି । କିନ୍ତୁ ରାଜଧାନୀର ରାସ୍ତାରେ ତାର କିଛି ପ୍ରଭାବ ପଡ଼ୁନି । ଘରୁ ଗୋଡ଼ କାଢ଼ିଲେ ବିପଦ । ସୁରକ୍ଷିତ ଜୀବନ ନେଇ ଫେରିବା ସ୍ୱପ୍ନ । ସଡ଼କ ସୁରକ୍ଷା ମାସରେ ୮ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ଷ ଆରମ୍ଭରୁ ରାଜଧାନୀର ଡେଥ୍‌ ଜୋନ୍‌ ପାଲଟିଥିଲା ପଳାଶୁଣୀ । ଜଣେ କର୍ମଜୀବୀ ମହିଳାଙ୍କ ଜୀବନ ଚାଲିଯାଇଥିଲା । ରାପିଡୋ ବାଇକ୍‌ରେ ଯାଉଥିବା ଖୋର୍ଦ୍ଧା ବେଗୁନିଆର ପ୍ରଭାସିନୀ ପଣ୍ଡା ସହିଦନଗରସ୍ଥିତ ତାଙ୍କ କର୍ମକ୍ଷେତ୍ରରେ ପହଞ୍ଚି ପାରିଲେନି । ଏହାର ଦୁଇ ଦିନ ପରେ ଭଗବାନପୁର ଶିଳ୍ପାଞ୍ଚଳରେ ୪ ବର୍ଷୀୟ ଆନନ୍ଦ ଦିଗଲ ଦୁର୍ଘଟଣାର ଶିକାର ହେଲା । ଏକ ପିକ୍‌ଅପ ଭ୍ୟାନ ଧକ୍କାରେ ବାପା-ମା’ଙ୍କ ସାମ୍ନାରେ ଛଟପଟ ହୋଇ କୁନି ପୁଅଟି ମରିଗଲା । ଗତ ୧୩ରେ ଯାଁଳା ଫାଣ୍ଡି ସାମ୍ନାରେ କାର-ଟାଟା ଏସି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଶନିବାର ସନ୍ଧ୍ୟାରେ ରାଜଭବନ ଭଳି ହାଇ ସିକ୍ୟୁରିଟି ଜୋନ୍‌ରେ ଏକ କାର ସିରିଜ୍‌ ଦୁର୍ଘଟଣା ଘଟାଇଲା । ବାଇକ୍‌ରେ ଯାଉଥିବା ୨ ସମ୍ପର୍କୀୟ ଭାଇଙ୍କୁ ଦଳିଦେଲା । ଉଭୟେ କାମ ସାରି ଧଉଳିସ୍ଥିତ ଘରକୁ ଫେରୁଥିଲେ । ସତେ ଯେମିତି ରାସ୍ତାରେ ପାଦେ ପାଦେ ଜଗିଛି ଯମ । ସଡ଼କ ସୁରକ୍ଷା ମାସକୁ ୩ ସପ୍ତାହ ବିତିନି, ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଗଲାଣି ।

ସଡ଼କ ସୁରକ୍ଷା ମାସରେ ପରିବହନ ବିଭାଗ, ପୁଲିସ ପ୍ରଶାସନ ସବୁ ତତ୍ପର ହୋଇଉଠିଛନ୍ତି । ଦୁର୍ଘଟଣାକୁ ରୋକିବାକୁ ଚାରିଆଡ଼େ ସଚେତନତା ବାର୍ତ୍ତା ବଣ୍ଟାଯାଉଛି । ଟ୍ରାଫିକ୍‌ ନିୟମର କଡ଼ାକଡି଼ ଯାଞ୍ଚ ଚାଲିଛି । ହେଲେ "ସୁରକ୍ଷିତ ଭାବେ ଘରକୁ ଫେରିବା' ଥିମ୍‌ର ବିପରୀତ ଘଟୁଛି । ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା ଏକରକମ ଭୁଶୁଡ଼ି ପଡ଼ିଛି । ସନ୍ଧ୍ୟା ହେଲେ, ସହରର ଚାରିଆଡ଼େ ଚକାଜାମ୍‌ । କଟକ ରୋଡ୍‌, ଜନପଥ, ଲୁଇସ୍‌ ରୋଡ୍‌, ଜୟଦେବ ବିହାର- ନନ୍ଦନକାନନ ରାସ୍ତା, ସତ୍‌ସଙ୍ଗ ବିହାର- ପଳାଶୁଣୀ ରାସ୍ତାରେ ଟ୍ରାଫିକ୍‌ ଭିଡ଼ ଯମ ଯନ୍ତ୍ରଣା ଦେଉଛି । ରାଜଭବନ-ଏଜି ଛକ ଭଳି ପ୍ରଶସ୍ତ ରାସ୍ତାରେ ମଧ୍ୟ ଗାଡି଼ର ଲାଇନ୍‌ ଲମ୍ବୁଛି । ୧୬ନଂ ଏନ୍‌ଏଚ୍‌ରେ ଥିବା ଓଭରବ୍ରିଜ୍‌ର ସର୍ଭିସ ରାସ୍ତାରେ ନାହିଁ ନଥିବା ଭିଡ଼ ହେଉଛି । ପ୍ରାୟ ସବୁ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ର ମୁଖ୍ୟ କାରଣ ହେଉଛି ବେଆଇନ ପାର୍କିଂ । ଶହ ଶହ କାର, ବାଇକ୍‌ ରାସ୍ତାକୁ ମଡ଼ାଇ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି । ଅଟୋରିକ୍ସାଗୁଡି଼କ ରାସ୍ତା ମଝିରେ ଅଟକି ଯାତ୍ରୀ ବୁହାଉଛନ୍ତି । ଅନେକ ବାଇକ୍‌ ଚାଳକ ହେଲ୍‌ମେଟ୍‌ ପିନ୍ଧିବା ମନରୁ ପାଶୋରି ଗଲେଣି । 


ଏହା ବି ପଢନ୍ତୁ....ରାଜଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା ; ଜଣେ ମୃତ , ୨ ଗୁରୁତର

ଦ୍ରୁତଗତି, ରଙ୍ଗ୍‌ ରୁଟ୍‌, ମଦ ପିଇ ଗାଡି଼ ଚାଳନା ଦୃଶ୍ୟ ଦେହସୁହା ହୋଇଗଲାଣି । ଲାଗୁଛି, ସତେ ଯେମିତି ଅମାନିଆମାନେ ଟ୍ରାଫିକ୍‌ ଛାଟ ଭୁଲିଗଲେଣି । ନା କେଉଁଠି ଟ୍ରାଫିକ୍‌ ପୁଲିସ ଚେକିଂ କରୁଛି, ନା ଆର୍‌ଟିଓର ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଦେଖା ମିଳୁଛି ।  ସୂଚନାଯୋଗ୍ୟ, ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ୪୭ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପ୍ରତିବର୍ଷ ୫ ହଜାର ଜଣ ଦୁର୍ଘଟଣାରେ ଆଖି ବୁଜୁଛନ୍ତି । ଚଳିତବର୍ଷ ସପ୍ତାହେ ବଦଳରେ ମାସେ ବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳନ ହେଉଛି । କିନ୍ତୁ ସଡ଼କ ସୁରକ୍ଷା ଉପରେ ଏହାର କିଛି ପ୍ରଭାବ ଥିଲା ପରି ମନେ ହେଉନାହିଁ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.